ନିର୍ବାଚନ ଭଣ୍ଡୁର ପାଇଁ ଚାଲିଥିଲା ପ୍ଲାନ୍, ଫୁଟିଲା ବୋମା

ନିଜ ଜାଲରେ ନିଜେ ଫସି ଚାଲିଗଲା ମାଓବାଦୀର ଜୀବନ

ନିଜ ଜାଲରେ ନିଜେ ଫସି ଚାଲିଗଲା ମାଓବାଦୀର ଜୀବନ । ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ବିଛାଉଥିଲେ ଲ୍ୟାଣ୍ଡମାଇନ୍ । ଆଉ ସେତିକି ବେଳେ ହଠାତ୍ ଫୁଟିଲା ବୋମା । ବିସ୍ଫୋରଣରେ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ ସୁକୁମା ଜିଲ୍ଲା ମାର୍କାଗୁଡ଼ା ରାସ୍ତାରେ ବୋମା ଖଂଜୁଥିଲେ । ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ମାଓବାଦୀ ଏଭଳି କରୁଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ପ୍ରକୃତରେ ଘଟଣା ମାଷ୍ଟରମାଇଣ୍ଡ କିଏ ସେନେଇ ଚାଲିଛି ତନାଘନା ।