ଆଜି ଭଷାଣୀ, ଘରୁ ସାବଧାନରେ କାଢନ୍ତୁ ଗାଡ଼ି

ଟ୍ୱିନସିଟିରେ ଗାଡ଼ି ଚାଳକ ହୋଇଯାଆନ୍ତୁ ସାବଧାନ !

ଟ୍ୱିନସିଟିରେ ଘରୁ ଗାଡ଼ି ବାହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । ନହଲେ ଗଣିବାକୁ ପଡିପାରେ ଫାଇନ୍ । ଭସାଣି ପାଇଁ ଟ୍ୱିନସିଟିରେ ସବୁ ପ୍ରସ୍ତୁତି ଶେଷ । ଭୁବନେଶ୍ୱରରେ ଭସାଣିକୁ ଦୃଷ୍ଟିରେ ରଖି, ଗାଡ଼ି ଚାଳକଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି କମିଶନରେଟ୍ ପୁଲିସ୍ । ଜାରି ହୋଇଥିବା ଗାଇଡଲାଇନ ଅନୁସାରେ, ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହେବ । ଏଥିପାଇଁ ଭସାଣି ସରିବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ । ସହିଦ ନଗର ଭସାଣ ବେଳେ ବାଣୀବିହାର ରୁପାଲି ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ବାରଣ କରାଯାଇଛି । ଏହି ସମୟରେ ଯାନବାହାନ ଗୁଡ଼ିକ ବାଣୀବିହାରରୁ ଆଚାର୍ଯ୍ୟ ବିହାର ଦେଇଯିବ । ସେହିପରି ରାଜପଥ ରାସ୍ତାରେ ଯାନବାହନ ଚଳାଚଳ ମନା ହୋଇଛି । ଏହି ରାସ୍ତାରେ ଯିବାକୁ ଥିବା ଗାଡ଼ି ଗୁଡ଼ିକ ସଚିବାଳୟ ମାର୍ଗ ଦେଇ ଯିବ । ସେହିପରି ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ । ଚନ୍ଦ୍ରଶେଖରପୁର ଭସାଣ ବେଳେ କିଟ୍ ପାଶ୍ୱର୍ରୁ ନାଲକୋ ଛକ ଯିବା ମନା କରାଯାଇଛି । ବଡ଼ କଥା ହେଉଛି ନିୟମ ଉଲ୍ଲଂଘନ କଲେ ୫ ଶହ ଟଙ୍କାରୁ ହଜାରେ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।