ନବୀନ @୭୮…

ଶୁଭେଛୁଙ୍କ ସହ ଜନ୍ମଦିନ ପାଳିବେନି ନବୀନ !

୭୮ ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ତାଙ୍କ ଜନ୍ମଦିନ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ। ଶୁଭେଚ୍ଛା ଜଣାଇବାକୁ କେହି ନବୀନ ନିବାସକୁ ନ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା CMO ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ନବୀନଙ୍କ ଜନ୍ମଦିନରେ ବିଜୁ ଜନତା ଦଳ ପକ୍ଷରୁ ଅନେକ ଜନସେବା କାର୍ଯ୍ୟକ୍ରମ କରାଯାଉଛି । ତାଙ୍କ ଦୀର୍ଘାୟୁ ପାଇଁ ରାଜ୍ୟରେ ବିଭିନ୍ନ ମନ୍ଦିରରେ ପ୍ରାର୍ଥନା କରାଯାଉଛି ।

ନିଜ ସରଳ ଜୀବନଶୈଳୀ ପାଇଁ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସାରା ଦେଶରୁ ଶୁଭେଚ୍ଛା ଆସୁଥିବା ମଧ୍ୟ ଦେଖିବାକୁ ମିଳିଛି । ଗତ କିଛି ବର୍ଷ ହେବ ପ୍ରାକୃତିକ ବିପର୍ଯୟ ସହ ଅନେକ କାରଣରୁ ନିଜ ଜନ୍ମଦିନ ପାଳନ କରୁ ନାହାନ୍ତି ନବୀନ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପୁଅ ନବୀନ ୧୯୪୬ ମସିହା ଅକ୍ଟୋବର ୧୬ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ବିଗତ ୨୩ବର୍ଷ ଧରି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ନବୀନଙ୍କ ବ୍ୟକ୍ତିତ୍ବ ଓ ତାଙ୍କ ମହତ ଚିନ୍ତାଧାରାକୁ ମନେ ପକାଇଛନ୍ତି ଅନେକ ନେତା । ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଯଯାତି ଏକ୍ସପ୍ରେସ ପରିବାର ପକ୍ଷରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ।