ଓଡ଼ିଶା ବୁଣାକାର ମହାସଂଘର ବାର୍ଷିକ ସମ୍ମିଳନୀ

୨୧ କୁଶଳୀ ବୁଣାକାରଙ୍କୁ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ସ୍ମୃତି ସମ୍ମାନ

ଓଡ଼ିଶା ବୁଣାକାର ମହାସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବୁଣାକାର ମହାସଂଘର ସଭାପତି ଶ୍ରୀଧର ବେହେରାଙ୍କ ଆବାହନ କ୍ରମେ ଜୟଦେବ ଭବନ ଠାରେ ଏହା ଅନୁଷ୍ଠିତ ହୋଇଥିଲା । ଓଡିଶାର କୋଣ ଅନୁକୋଣ ରୁ ଆସିଥିବା ୫୦୦ ରୁ ଉର୍ଦ୍ଧ୍ବ ବୁଣାକାରଙ୍କ ସମେତ ସମବାୟ , ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ଉଚ୍ଚଶିକ୍ଷା  ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ , ମୁଖ୍ୟବକ୍ତା ଭାବେ ଓଡିଶା ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ସମ୍ମାନିତ ଅତିଥି ରୂପେ ଭୁବନେଶ୍ବର ମହାନଗର ନିଗମର ନଗରପାଳ ସୁଲୋଚନା ଦାସ, ସମ୍ବଲପୁରୀ ବସ୍ତ୍ରାଳୟର ର ସଭାପତି ସମ୍ବିତ ଆଚାର୍ଯ୍ୟ, ପଦ୍ମଶ୍ରୀ ପ୍ରଭାକର ମହାରଣା ଆଦି ଯୋଗ ଦେଇଥିଲେ ।

ଏହାସହିତ ମହାସଂଘ ର ଏହି ସମ୍ମିଳନୀରେ  ୨୧ ଜଣ କୁଶଳୀ ବୁଣାକାର ଙ୍କୁ ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ ସ୍ମୃତି ସମ୍ମାନ ରେ ମାନପତ୍ର ଓ ଉପଢ଼ୌକନ ଦେଇ ମଞ୍ଚାଶୀନ ଅତିଥି ମାନେ ସମ୍ମାନୀତ କରିଥିଲେ ।