ବିପଦସଙ୍କେତ ଉପରେ ବୈତରଣୀର ଜଳସ୍ତର !

ପୁଣି ଆସିଲା ବୈତରଣୀରେ ବନ୍ୟା !

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଫଳରେ ରାଜ୍ୟରେ ନଦୀମାନଙ୍କ ଜଳସ୍ତର ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବେ ବିପଦ ସଂକେତ ଉପରେ ବୈତରଣୀ ନଦୀର ଜଳସ୍ତର । ଚଳିତ ବର୍ଷ ତୃତୀୟ ଥର ପାଇଁ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଆଖୁଆପଦାଠାରେ ବୈତରଣୀର ଜଳସ୍ତର ବିପଦ ସଂକେତ ଉପରେ । ଯାହାକୁ ନେଇ ତଳିଆ ଲୋକେ ଭୟଭୀତ ହେବାରେ ଲାଗିଛନ୍ତି। ଗତକାଲି ଠାରୁ ବୈତରଣୀ ନଦୀର ଜଳସ୍ତର ଧିରେ ଧିରେ ବଢ଼ିବାରେ ଲାଗିଛି।

ବୈତରଣୀ ନଦୀ ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭ ଦଶମିକ ଆଠ ତିନି ମିଟର ଥିବା ବେଳେ ସକାଳ ୬ଟା ବେଳେ ବିପଦ ସଂକେତକୁ ଅତିକ୍ରମ କରି ଏବେ ୧୭ ଦଶମିକ ନଅ ଶୂନ ମିଟର ଉପରେ ପ୍ରବାହିତ ହେଉଛି। ଗତକାଲି ଠାରୁ ଉପର ମୁଣ୍ଡରେ ବର୍ଷା ହେବାରୁ ଏଭଳି ସ୍ଥିତି ଉପୁଜିଛି। ଦୁଇଦିନ ହେବ ଲଗାଣ ବର୍ଷା ହେବା ଫଳରେ ବୈତରଣୀ ନଦୀର ଜଳସ୍ତର ବଢିବାରେ ଲାଗିଛି । ଯାହାଫଳରେ ବୈତରଣୀରେ ବନ୍ୟା ଆଶଙ୍କା କରାଯାଉଛି ।