ବଢିଲା ଏନଡିଏର ବଳ

ଏନଡିଏରେ ଲୀନ ହେଲା ଜେଡିଏସ୍

ବିଜେପି ନେତୃ୍ତ୍ୱାଧୀନ ଏନଡିଏ ତାର ଶକ୍ତି ବୃଦ୍ଧି କରୁଛି । ଜନତା ଦଳ ସେକୁଲାର ବା ଜେଡିଏସ ଏବେ ଏନଡିଏରେ ମିଶିଛି । ଦିଲ୍ଲୀରେ ଜେଡିଏସ ନେତା ଏଚ ଡି କୁମାରସ୍ୱାମୀ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ଏନଡିଏ ମେଣ୍ଟରେ ଦଳକୁ ସାମିଲ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ବିଜେପି ଓ ଜେଡିଏସ ମଧ୍ୟରେ ମେଣ୍ଟ ଥିଲା । ହେଲେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ଜେଡିଏସ ବିଜେପି ହାତ ଛାଡି ଏକାକୀ ନିର୍ବାଚନ ଲଢିଥିଲା । ହେଲେ କଂଗ୍ରେସ ଜେଡିଏସ ଓ ବିଜେପି ଉଭୟଙ୍କୁ ଝଟକା ଦେଇଥିଲା । ଏହାକୁ ଦୃଷ୍ଟିରେ ରଖି ଏବେ ଜେଡିଏସ ଓ ବିଜେପି ମିଳିତ ଭାବେ ଲୋକସଭା ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି । ଯଦି ୨୦୧୯ ଲୋକସଭା ନିର୍ବାଚନର ଫଳାଫଳକୁ ଦେଖିବା ତେବେ କର୍ଣ୍ଣାଟକରେ ଜେଡିଏସ କେବଳ ଗୋଟିଏ ଆସନରେ ବିଜୟୀ ହୋଇଥିଲା । ହେଲେ ହାସନ ଆସନରୁ ବିଜୟୀ ହୋଇଥିବା ଦେବେଗୌଡାଙ୍କ ନାତି ପ୍ରଜ୍ୱଳ ରେବତ୍ରାଙ୍କ ସଂସଦ ପଦକୁ ରଦ୍ଦ କରିଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ । କୋର୍ଟ କହିଥିଲେ କି ପ୍ରଜ୍ୱଳ ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଥିବା ସତ୍ୟପାଠ ଠିକ୍ ନଥିବାରୁ ତାଙ୍କ ସାଂସଦ ପଦ ରଦ୍ଦ କରାଗଲା । ଏବେ କର୍ଣ୍ଣାଟକରେ ଜେଡିଏସ ପାଖରେ କୌଣସି ଲୋକସଭା ସାଂସଦ ପଦ ନାହିଁ ।