ଚିନ୍ତା ବଢାଇଲାଣି ସ୍କ୍ରବ ଟାଇଫସ !

ସୁନ୍ଦରଗଡ଼ରେ ସର୍ବାଧିକ ୧୩୨ ସ୍କ୍ରବ ଟାଇଫସ ପଜିଟିଭ୍ ଚିହ୍ନଟ, ଜଣେ ମୃତ !

କରୋନା ପରେ ରାଜ୍ୟରେ ଏବେ ଦେଖା ଦେଇଛି ପୋକ ଆତଙ୍କ। ଏହି ପୋକ ଏମିତି ସେମିତି ପୋକ ନୁହେଁ , ବରଂ ଆମେ କହିପାରିବା କି ଏହା ଏକ ମଣିଷମରା ପୋକ । ଯାହା ସ୍କ୍ରବ ଟାଇଫସ ନାମରେ ଜଣା । ତେବେ ଆତଙ୍କ ମଚାଇଥିବା ଏହି ସ୍କ୍ରବ ଟାଇଫସ ରୋଗରେ ସୁନ୍ଦରଗଡ଼ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୩୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ସାମ୍ନାକୁ ଆସିଛି । ସୂଚନା ଅନୁସାରେ ମୃତ ରୋଗୀ ଜଣଙ୍କ ପାଖାପାଖି ୨୦ ଦିନ ଆଇସିୟୁରେ ଚିକତ୍ସିତ ହେଉଥିଲେ । ସେ ଅନ୍ୟ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ ।

ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଔଷଧ ଓ ନମୁନା ପରୀକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିବା ସତ୍ତ୍ୱେ ରୋଗୀ ଜଣଙ୍କୁ ବଞ୍ଚାଇପାରିନଥିଲେ ଡାକ୍ତର । ତେବେ ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ସ୍କ୍ରବ ଭାଇରସକୁ ନେଇ କୋକୁଆ ଭୟ ଖେଳି ଯାଇଥିବା ଦେଖିବାକୁ ମିଳିଛି । ତେବେ ଡାକ୍ତରଙ୍କ କହିବ ଅନୁଯାୟୀ ଏହି ରୋଗ ହେବ ପରେ ତୁରନ୍ତ ମେଡିକାଲ ଯାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଠିକ ସମୟରେ ଚିକତ୍ସିତ ହେଲେ ଏହି ରୋଗରୁ ରକ୍ଷା ପାଇପାରିବେ ବୋଲି ଡାକ୍ତର କହିଛନ୍ତି ।