ଆଜିଠୁ ପ୍ରବଳ ବର୍ଷା, ୧୯ଜିଲ୍ଲାକୁ ସତର୍କ ସୂଚନା

ଆସୁଛି ଦୁଇ ଦୁଇଟି ଲଘୁଚାପ !

ରାଜ୍ୟରେ ଜାରି ରହିଛି ଲଘୁଚାପର ପ୍ରଭାବ । ତେବେ ବଙ୍ଗୋପସାଗରରେ ଲଗାତର ଲଘୁଚାପ କ୍ଷେତ୍ର ପ୍ରଭାବରେ ଏବେ ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି । ଆଜି ବଜ୍ରପାତ ସହ ବର୍ଷା ନେଇ ୧୯ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ସେପଟେ ଆସନ୍ତାକାଲି ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପ୍ରଭାବରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢ଼ିବ । ୧୩ ତାରିଖରେ ୭୦ରୁ ୧୧୦ ମିଲିମିଟର ବର୍ଷା ନେଇ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

୧୪ ତାରିଖ ପାଇଁ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲାକୁ କରାଯାଇଛି ଆଲର୍ଟ । ୧୯ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଘୂର୍ଣ୍ଣିବଳୟ  । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ନେବ ଲଘୁଚାପର ରୂପ  । ଏହା ପ୍ରଭାବରେ ପୁଣି ସାରା ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା  । ଦୁଇଟି ଲଘୁଚାପ ପ୍ରଭାବରେ ୧୧ ରୁ ୨୧ ମଧ୍ୟରେ ସ୍ବାଭାବିକ ଠାରୁ ଦୁଇଗୁଣ ବର୍ଷା ନେଇ ଆକଳନ କରାଯାଇଛି  । ତେବେ ଏହି ଦୁଇ ଲଘୁଚାପ ଫଳରେ ନିଅଣ୍ଟିଆ ବର୍ଷାରୁ ମୁକ୍ତି ମିଳିବ ବୋଲି ଆସ ରଖିଛି ପାଣିପାଗ ବିଭାଗ ।