ପ୍ରଥମ ଥର ୧୦ ଡିଗ୍ରୀ ତଳକୁ ଖସିଲା ପାରଦ
ଖସିଲା ପାରଦ, ବଢ଼ିଲା ଶୀତ । ପ୍ରଥମ ଥର ୧୦ଡିଗ୍ରୀ ତଳକୁ ଖସିଲା ପାରଦ । ଆଜି ଜି. ଉଦୟଗିରିରେ ୮.୬ ଡିଗ୍ରୀ ରେକର୍ଡ ତାପମାତ୍ରା ରେକର୍ଡ ହୋଇଛି । ଦାରିଙ୍ଗବାଡ଼ିରେ ୧୧.୫, ଝାରସୁଗୁଡ଼ାରେ ୧୧.୮, ଫୁଲବାଣୀରେ ୧୨ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ସେମିଳିଗୁଡ଼ାରେ ୧୩.୬, ଭବାନୀପାଟଣାରେ ୧୪ ଓ କେନ୍ଦୁଝରରେ ୧୩.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି । ଗତ ତିନି ଦିନ ମଧ୍ୟରେ ୭.୬ ଡିଗ୍ରୀ ତାପମାତ୍ରା ତଳକୁ ଖସିଛି ।
