ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା, ଚିହ୍ନଟ ପାଇଁ ମାନଦଣ୍ଡ ରହିବ
ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ନିମନ୍ତେ ନିଷ୍ପତ୍ତି ନେଉଛି ଶ୍ରୀମନ୍ଦିର ପରିଚାଳନା କମିଟି। ଶ୍ରୀମନ୍ଦିର ଉତ୍ତର ଦ୍ଵାର ନିକଟରେ ଓ କୂର୍ମ ବେଢ଼ା ପର୍ଯ୍ୟନ୍ତ ସ୍ୱତନ୍ତ୍ର ରାମ୍ପ ବ୍ୟବସ୍ଥା ଶେଷ ହୋଇଛି। ଦିବ୍ୟାଙ୍ଗ ମାନେ ରାମ୍ପ ଯୋଗେ କୂର୍ମ ବେଢ଼ା ଦେଇ ଜୟ ବିଜୟ ଦ୍ୱାରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।ରାମ୍ପ ପ୍ରସ୍ତୁତ ଶେଷ ହୋଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ମୂଳକ ଭାବେ କେବଳ ଅନଲାଇନ୍ ପଞ୍ଜୀକରଣ ମାଧ୍ୟମରେ ୪୦- ୫୦ ଜଣ ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା କରାଯିବ । ପ୍ରକୃତ ଓ ଯୋଗ୍ୟ ଦିବ୍ୟାଙ୍ଗଙ୍କ ପଞ୍ଜୀକରଣ ଓ ଚିହ୍ନଟ ପାଇଁ ଏକ ମାନଦଣ୍ଡ ରହିବ । କେହି ଯେଭଳି ଏହି ବ୍ୟବସ୍ଥାର ଅପବ୍ୟବହାର ନ କରିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।
