ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ

ଆଜି ବି ସରଗରମ ରହିପାରେ ଗୃହ

ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ହେଉଛି ଷଷ୍ଠଦିନ। ଆଜି ପ୍ରଶ୍ନ କାଳ ରେ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ, ସୂଚନା ଓ ଲୋକସମ୍ପର୍କ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଖଣି ଓ ଇସ୍ପାତ, ଯୋଜନା ଓ ସଂଯୋଜନ ବିଭାଗର ପ୍ରଶ୍ନ କାଳ ରହିଚି। ସେହିପରି ଗୃହରେ 2026-27 ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ ର ଖର୍ଚ୍ଚ ଦାବି ଆଲୋଚନା ଗତକାଲି ଠାରୁ ଆରମ୍ଭ ହୋଇଛି। ଆଜି ଖଣି ଓ ଇସ୍ପାତ ବିଭାଗ ର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ। ଶୂନ୍ୟକାଳ ରେ ବିରୋଧୀ ସରକାରୀ ଦଳକୁ ଘେରିବାକୁ ଅନେକ ପ୍ରସଙ୍ଗ ଉଠାଇବେ। ଗତକାଲି ବିରୋଧୀ ଦଳ ର ବନ୍ୟା ପରିଚାଳନା ଓ କୋଟିଆ ପ୍ରସଙ୍ଗରେ ଗୃହ ରେ ସରଗରମ ଆଲୋଚନା ହୋଇଛି। ଆଜି ମଧ୍ଯ ସରଗରମ ଆଲୋଚନା ହୋଇପାରେ।

Leave a Reply

Your email address will not be published. Required fields are marked *