ଓଡ଼ିଶା ପୁଲିସ୍ ଏସ୍‌ଆଇ ନିଯୁକ୍ତି ପରୀକ୍ଷାକୁ ନେଇ ବଡ଼ ଅପଡେଟ୍

ଡିସେମ୍ବର ୨୬ ଓ ୨୭ରେ ହେବ CPSE-୨୦୨୪ ଲିଖିତ ପରୀକ୍ଷା

ଓଡ଼ିଶା ପୁଲିସ୍ ଏସ୍‌ଆଇ ନିଯୁକ୍ତି ପରୀକ୍ଷାକୁ ନେଇ ବଡ଼ ଅପଡେଟ୍ । ଡିସେମ୍ବର ୨୬ ଓ ୨୭ ତାରିଖରେ ହେବ CPSE-୨୦୨୪ର ଲିଖିତ ପରୀକ୍ଷା । ଓଏମ୍‌ଆର୍‌ ମୋଡ୍‌ରେ ଅନୁଷ୍ଠିତ ହେବ ପରୀକ୍ଷା । ପରୀକ୍ଷା ସୂଚୀ, ଆଡମିଟ୍ କାର୍ଡ ଡାଉନଲୋଡ୍ ଓ ନେଗେଟିଭ୍ ମାର୍କିଂକୁ ନେଇ ଗାଇଡ୍‌ଲାଇନ୍ ଜାରି କରିଛି ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ ।ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ (OUSSSC) ପକ୍ଷରୁ ମିଳିତ ପୋଲିସ ସେବା ପରୀକ୍ଷା (CPSE)-୨୦୨୪ର ଲିଖିତ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ OMR ପଦ୍ଧତିରେ ଏହି ପରୀକ୍ଷା ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *