୭ଟି ଡ୍ରୋନରେ ଯୁଦ୍ଧଜାହାଜ ଧ୍ୱଂସ !

ରୁଷର ଯୁଦ୍ଧଜାହାଜ ବୁଡ଼ାଇଲା ୟୁକ୍ରେନ୍

ଲିବିୟା ଉପକୂଳରେ ରୁଷର ଯୁଦ୍ଧଜାହାଜ ବୁଡ଼ାଇଦେଲା ୟୁକ୍ରେନ୍ । ୭ଟି ନୌସେନା ଡ୍ରୋନରେ ଆକ୍ରମଣ, କା-୨୭ ସାମରିକ ହେଲିକପ୍ଟର ଧ୍ୱଂସ ଓ ଅସ୍ତ୍ର ପରିବହନକାରୀ ଜାହାଜକୁ ଟାର୍ଗେଟ୍ କରିଥିବା ଦାବି । ରୁଷ୍ -ୟୁକ୍ରେନ୍ ଯୁଦ୍ଧ ଭିତରେ ଆଉ ଏକ ବଡ଼ ସାମରିକ ଆକ୍ରମଣର ଦାବି ସାମ୍ନାକୁ ଆସିଛି । ଏଥର କୃଷ୍ଣସାଗର ନୁହେଁ, ବରଂ ଭୂମଧ୍ୟସାଗରର ଲିବିୟା ଉପକୂଳରେ ରୁଷର ଯୁଦ୍ଧଜାହାଜକୁ ଟାର୍ଗେଟ୍ କରିଛି ୟୁକ୍ରେନ୍ ।ରୁଷର ମର୍କ୍ୟୁରି ନାମକ କର୍ଭେଟ୍ ଶ୍ରେଣୀର ଯୁଦ୍ଧଜାହାଜକୁ ୟୁକ୍ରେନୀୟ ନୌସେନା ଡ୍ରୋନ୍ ବୁଡ଼ାଇ ଦେଇଥିବା ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଦାବି କରିଛନ୍ତି । ଜେଲେନସ୍କିଙ୍କ ଦାବି ଅନୁସାରେ, ଏହି ଅଭିଯାନରେ ମୋଟ ୭ଟି ନୌସେନା ଡ୍ରୋନ୍ ବ୍ୟବହାର କରାଯାଇଥିଲା । ଆକ୍ରମଣରେ ରୁଷର ମର୍କ୍ୟୁରି ଯୁଦ୍ଧଜାହାଜ ସହ ଏକ କା-୨୭ ସାମରିକ ହେଲିକପ୍ଟର ମଧ୍ୟ ଧ୍ୱଂସ ହୋଇଥିବା ସେ କହିଛନ୍ତି । ଏହି ଅଭିଯାନର ଦ୍ୱିତୀୟ ଟାର୍ଗେଟ୍ ଥିଲା ରୁଷର ମାଲବାହୀ ଜାହାଜ ‘ଏମ୍ ଭି ଅଙ୍ଗାରା ।

Leave a Reply

Your email address will not be published. Required fields are marked *