ଅଯୋଧ୍ୟାରୁ ଜନକପୁରକୁ ଗଡ଼ିଲା ସରଯୂ-କମଳା ଏକ୍ସପ୍ରେସ୍

ରାମଙ୍କ ଜନ୍ମଭୂମି ସହ ସୀତାଙ୍କ ଜନ୍ମଭୂମିକୁ ଯୋଡ଼ିଲା ରେଳସେବା

ଅଯୋଧ୍ୟାରୁ ଜନକପୁରକୁ ଗଡ଼ିଲା ସରଯୂ-କମଳା ଏକ୍ସପ୍ରେସ୍ । ଶୁଭାରମ୍ଭ କଲେ ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ । ଭାରତ-ନେପାଳ ସମ୍ପର୍କରେ ନୂଆ ଅଧ୍ୟାୟ । ରାମଙ୍କ ଜନ୍ମଭୂମି ସହ ସୀତାଙ୍କ ଜନ୍ମଭୂମିକୁ ଯୋଡ଼ିଲା ରେଳସେବା । ଭାରତ ଓ ନେପାଳ ମଧ୍ୟରେ ଧାର୍ମିକ, ସାଂସ୍କୃତିକ ଓ ପରିବହନ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଦିଗରେ ନୂଆ ପଦକ୍ଷେପ । ଅଯୋଧ୍ୟା ଧାମ ଓ ନେପାଳର ଜନକପୁର ଧାମ ମଧ୍ୟରେ ସରଯୁ-କମଳା ଏକ୍ସପ୍ରେସ୍ ରେଳସେବାର ଶୁଭାରମ୍ଭ ହୋଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଭର୍ଚୁଆଲ୍ ମାଧ୍ୟମରେ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ରେଳସେବା ଦୁଇ ଦେଶର ଧାର୍ମିକ ପର୍ଯ୍ୟଟନକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି । ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଏବଂ ମାତା ସୀତାଙ୍କ ଜନ୍ମସ୍ଥାନ ଭାବେ ପରିଚିତ ଜନକପୁର ମଧ୍ୟରେ ଯାତାୟାତ ସୁବିଧା ବୃଦ୍ଧି ପାଇବ । ଏହାଦ୍ୱାରା ଉଭୟ ଦେଶର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ଉପକୃତ ହେବେ । ଭାରତ ଓ ନେପାଳ ମଧ୍ୟରେ ରାମାୟଣ ଯୁଗରୁ ସାଂସ୍କୃତିକ ଓ ଧାର୍ମିକ ସମ୍ପର୍କ ରହିଆସିଛି ।

Leave a Reply

Your email address will not be published. Required fields are marked *