କାଲିଠୁ ଐତିହାସିକ ବାଲିଯାତ୍ରା

ପ୍ରଥମ ଥର ପାଇଁ ବାଲିଯାତ୍ରା ଉଦଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କାଲିଠୁ ଐତିହାସିକ ବାଲିଯାତ୍ରା । ଏଥର ଉଦଘାଟନ କରିବେ ରାଷ୍ଟ୍ରପତି । ବାଲିଯାତ୍ରା ପାଇଁ ସଜେଇ ହେଉଛି କଟକ । ପ୍ରଥମଥର ରାଷ୍ଟ୍ରପତି କରିବେ ଉଦଘାଟନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତକୁ ନେଇ କଟକରେ ପ୍ରସ୍ତୁତି, ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ନଜର । ଆସନ୍ତାକାଲିଠାରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା । ଏଥର ବାଲିଯାତ୍ରାର ଆକର୍ଷଣ ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତି ।ପ୍ରଥମଥର ପାଇଁ ଦେଶର ରାଷ୍ଟ୍ରପତି କଟକ ବାଲିଯାତ୍ରାକୁ ଉଦ୍ ଘାଟନ କରିବେ । ଏଥିପାଇଁ ସିଲଭର ସିଟି କଟକରେ ଚାଲିଛି ଜୋରଦାର ପ୍ରସ୍ତୁତି। ମହାନଦୀ କୂଳରେ ଆୟୋଜିତ ହେବାକୁ ଥିବା ଏହି ବିଶାଳ ମେଳାକୁ ନେଇ ବ୍ୟବସାୟୀ, ଦର୍ଶକ ଓ ସହରବାସୀଙ୍କ ମଧ୍ୟରେ ଉତ୍ସାହ ରହିଛି। କାର୍ତ୍ତିକ ପୂର୍ଣ୍ଣିମାରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଆଠଦିନ ଧରି ଚାଲିବ ବାଲିଯାତ୍ରା । ଚଳିତବର୍ଷ ପ୍ରାୟ ୬୦ ଏକର ଜମିରେ ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ମେଳା ଆୟୋଜନ କରାଯାଉଛି । ୧୮୦୦ରୁ ଅଧିକ ଷ୍ଟଲ୍ ସ୍ଥାପନ ପାଇଁ ଯୋଜନା ରହିଛି ।

Leave a Reply

Your email address will not be published. Required fields are marked *