ଆସନ୍ତାକାଲିଠୁ ବାତ୍ୟା କ୍ଷୟକ୍ଷତି ଆକଳନ
ଆସନ୍ତାକାଲିଠାରୁ ଆରମ୍ଭ ହେବ ବାତ୍ୟା କ୍ଷୟକ୍ଷତି ଆକଳନ। ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ ମିଳିବ ଇନପୁଟ୍ ସବସିଡି। ଏପରିକି ଧାନ ଓଦା ହୋଇଥିଲେ ମଧ୍ୟ ନିୟମ ଅନୁସାରେ ମିଳିବ କ୍ଷତିପୂରଣ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଅନ୍ୟପଟେ ରାଜ୍ୟରେ ବନ୍ୟା ମୁକାବିଲା ପାଇଁ ହେବ ଦୀର୍ଘମିଆଦୀ ଯୋଜନା।ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମ୍ ର ଭିତ୍ତିଭୂମି ବିକାଶ ପାଇଁ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍। ଏଥିପାଇଁ ଡିପିଆର୍ ପ୍ରସ୍ତୁତ ସହ ଆଇଆଇଟି ରୁର୍କିର ସହାୟତା ନିଆଯିବ। ସୋମବାର ଉତ୍ତରାଖଣ୍ଡ ଯାଇଥିବା ଟିମ୍ ଫେରି ରିପୋର୍ଟ ଦେବେ। ସେହି ଆଧାରରେ ନିଆଯିବ ପରବର୍ତ୍ତୀ ପଦକ୍ଷେପ। ବିପର୍ଯ୍ୟୟ ଯୋଗୁଁ ସରକାରୀ କାର୍ଯ୍ୟ ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ହେଉଥିବା କ୍ଷତିର ମଧ୍ୟ ଆକଳନ ହେବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।
