ଆସନ୍ତାକାଲିଠୁ ବଢ଼ିବ ଶୀତ
ଖସିବ ପାରଦ, କାଲିଠୁ ବଢ଼ିବ ଶୀତ । କାର୍ତ୍ତିକ ପୂର୍ଣ୍ଣମୀ ବେଳକୁ ଅସମ୍ଭାଳ ଜାଡ଼ ହେବ । ଆକାଶ ସମ୍ପୂର୍ଣ୍ଣ ମେଘମୁକ୍ତ ହେବା ସହ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ । ୨୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ରହିଛି ।ଏପଟେ, ବାତ୍ୟା ଅକଭାନ ପରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି । ୭ ଦିନ ପାଇଁ ଓଡ଼ିଶାକୁ ଆଇଏମଡିର ନୋ ୱାର୍ଣ୍ଣିଂ ଜାରି କରିଛି । ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲା ଗ୍ରୀନ୍ ଜୋନରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ରହିଛି । ଆଗାମୀ କିଛି ଦିନ ପାଇଁ ରାଜ୍ୟର କୌଣସି ଜିଲ୍ଲାକୁ ପାଣିପାଗ ସମ୍ପର୍କିତ ବିପଦ ଚେତାବନୀ ନାହିଁ ।
