ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର, ବାତିଲ ହେଲା ୩୭ ଟ୍ରେନ୍
ବାତ୍ୟା ଅକଭାନ ମୁକାବିଲା ପାଇଁ ରେଳ ବିଭାଗର ପ୍ରସ୍ତୁତି । ୩୭ ଟ୍ରେନ୍ ଚଳାଚଳ ବାତିଲ କରାଯାଇଛି । ୨୬ଟି ଟ୍ରେନର ସମୟ ପରିବର୍ତ୍ତନ କରାଯାଇଛି। ଏନେଇ ପୂର୍ବତଟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓ ଲ୍ୟାଣ୍ଡଫଲ୍ କୁ ଦୃଷ୍ଟିରେ ରଖି ଟ୍ରେନ୍ ଚଳାଚଳ ଉପରେ ଉଚ୍ଚସ୍ତରୀୟ ଟିମ୍ ଗଠନ କରି ନଜର ରଖାଯାଇଛି। ଉପକୂଳ ଅଞ୍ଚଳରେ ଟ୍ରାକ୍ ପାଟ୍ରୋଲିଂକୁ ଜୋରଦାର କରାଯାଇଛି। ଜରୁରୀକାଳୀନ ପୁନରୁଦ୍ଧାର ପାଇଁ ଭାରୀ ଯନ୍ତ୍ରପାତି, ରିଜର୍ଭ ରେକ୍ ଓ ଅତିରିକ୍ତ ମାନବ ସମ୍ବଳକୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି। ଯାତ୍ରୀଙ୍କୁ ଟ୍ରେନ୍ ବାତିଲ ଓ ସମୟ ପରିବର୍ତ୍ତନ ସମ୍ପର୍କିତ ସୂଚନା ସୋସିଆଲ ମିଡିଆ, ଏନ୍ ଟିଇଏସ୍ ଆପ୍ ଓ ଷ୍ଟେସନର ଘୋଷଣା ମାଧ୍ୟମରେ ଦିଆଯାଉଛି। ପ୍ରତ୍ୟେକ ଷ୍ଟେସନରେ ଯାତ୍ରୀଙ୍କ ସହାୟତା ପାଇଁ ସ୍ୱତନ୍ତ୍ର ଟିମ୍ ମଧ୍ୟ ନିୟୋଜିତ ରହିଛନ୍ତି ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
