ଆଜିଠୁ ବିଧାନସଭାର ଶୀତ ଅଧିବେଶନ
ଆଜିଠାରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରୁ ହିଁ ଗୃହ ସରଗରମ ହୋଇପାରେ। ବାତ୍ୟା ଓ ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତା ଉପରେ ସ୍ୱତନ୍ତ୍ର ଆଲୋଚନା ପାଇଁ ବିଜେଡି ମୋସନ ଦେଇଛି। ଏହାସହ ଏମ୍ଏମ୍ଡିଆର୍, ଭତ୍ତା, କୋଟିଆ, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଧାନ ପଞ୍ଜିକରଣ, ମହାନଦୀ ଜଳବିବାଦ, କେନ୍ଦ୍ରୀୟ ଅବହେଳା, ବେକାରୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ସରକାର ଫେଲ ଆଦି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେଡି ଓ କଂଗ୍ରେସ
