ଉପରାଷ୍ଟ୍ରପତିଙ୍କ ସୁରକ୍ଷାରେ ୪୭ ପ୍ଲାଟୁନ ଫୋର୍ସ
ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା। ଭୁବନେଶ୍ୱରରୁ କଟକ, ସବୁଠି ପୋଲିସର କଡ଼ା ପ୍ରସ୍ତୁତି। ସୁରକ୍ଷା ବ୍ୟବସ୍ଥାକୁ ନେଇ ଗ୍ରାଉଣ୍ଡ ଜିରୋରେ ଆରମ୍ଭ ହୋଇଛି ବ୍ରିଫିଂ ଓ ରିହର୍ସାଲ୍। ପୋଲିସ ଅଧିକାରୀଙ୍କଠାରୁ ସୁରକ୍ଷା କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦିଆଯାଉଛି ସ୍ୱତନ୍ତ୍ର ନିର୍ଦ୍ଦେଶ ଓ ଦାୟିତ୍ୱ। ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଭୁବନେଶ୍ୱର ଓ କଟକ ଗସ୍ତ ପାଇଁ ମୁତୟନ ହେବେ ୪୭ ପ୍ଲାଟୁନ୍ ପୋଲିସ ଫୋର୍ସ।
ଏହାସହ ୧୪୨ ସେକ୍ସନ୍ ପୋଲିସ ମଧ୍ୟ ନିୟୋଜିତ ରହିବେ। ଟ୍ରାଫିକ୍ ନିୟନ୍ତ୍ରଣ, ପାର୍କିଂ, କାରକେଡ୍ ଓ ବିକଳ୍ପ ରୁଟ୍ ପାଇଁ ମଧ୍ୟ ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଆସନ୍ତାକାଲି ସକାଳ ୯ଟା ୧୫ରେ ଭୁବନେଶ୍ୱରରେ ପହଞ୍ଚିବେ ଉପରାଷ୍ଟ୍ରପତି। ଏହି ଅବସରରେ ବିଧାନସଭାରେ ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମର ଉଦ୍ ଘାଟନ କରିବେ। ଏହା ପରେ କଟକସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟରେ ଆଇକନିକ୍ ଟାୱାରର ଉଦ୍ ଘାଟନ କରିବେ। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ପ୍ରଶାସନ ଓ ପୋଲିସ ପକ୍ଷରୁ ସୁରକ୍ଷା ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଉଛି।
