୧୫ ଅବପାତ,୧୬ ସନ୍ଧ୍ୟା ସୁଦ୍ଧା ସାଇକ୍ଲୋନ
ଏବେ ନୂଆ ବାତ୍ୟା ଆଶଙ୍କା । ବାତ୍ୟା ସୃଷ୍ଟି ହେଲେ ନାଁ ରହିବ ‘ଆକଭାନ’ । ବଙ୍ଗୋପସାଗରରେ ଲଘୁଚାପ । ୧୫ରେ ଅବପାତ,୧୬ ସନ୍ଧ୍ୟା ସୁଦ୍ଧା ସାଇକ୍ଲୋନ। ସ୍ପଷ୍ଟ କରିଛି ଆଇଏମଡି । ସମ୍ଭାବ୍ୟ ବାତ୍ୟାର ଗତିପଥ, କେତେ ଶକ୍ତିଶାଳୀ ହେବ ଓ କେଉଁଠି ସ୍ଥଳଭାଗ ଛୁଇଁବ ସେନେଇ ପୂର୍ବାନୁମାନ କରାଯାଇନାହିଁ । ପ୍ରଭାବରେ ୧୭ ତାରିଖରେ ଦକ୍ଷିଣ ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି ୪୫-୫୫ କିଲୋମିଟର ବେଗରେ ପବନ ବହିବ । ସେହିପରି ୧୮ ଓ ୧୯ରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଉପକୂଳ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଥିବା ରାଜସ୍ବମନ୍ତ୍ରୀ କହିଛନ୍ତି ।
