ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି

ନଭେମ୍ବର ୧୬ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଆସନ୍ତା ନଭେମ୍ବର ୧୬ ତାରିଖ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଭାରତର ଉପରାଷ୍ଟ୍ରପତି । ଏହି ଗସ୍ତ ସମୟରେ ସେ ଭୁବନେଶ୍ୱର ଓ କଟକରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବେ । ସପ୍ତଦଶ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ ଓ ଦିଗ୍ ଦର୍ଶନ କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିବା ସହ କଟକସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ନୂତନ ଆଇକନିକ୍ ଟାୱାରର ଲୋକାର୍ପଣ କରିବେ।ଉପରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଜାରି ଗସ୍ତସୂଚୀ ଅନୁସାରେ, ସୋମବାର ସକାଳ ୬ଟା ୫୦ ମିନିଟ୍ ରେ ଉପରାଷ୍ଟ୍ରପତି ଦିଲ୍ଲୀସ୍ଥିତ ଉପରାଷ୍ଟ୍ରପତି ଭବନରୁ ବାହାରିବେ। ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ସକାଳ ୯ଟା ୧୫ ମିନିଟ୍ ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ମେଫେୟାର ସାଙ୍କଚୁଆରୀ କନଭେନସନ୍ ହଲ୍ କୁ ଯିବେ। ସକାଳ ୧୦ଟାରେ ବିଧାୟକମାନଙ୍କ ପ୍ରଶିକ୍ଷଣ ଓ ଦିଗ୍ ଦର୍ଶନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଉପରାଷ୍ଟ୍ରପତି ଆନୁଷ୍ଠାନିକ ଭାବେ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ ଘାଟନ କରିବେ।

Leave a Reply

Your email address will not be published. Required fields are marked *