୧୩ରେ ଲଘୁଚାପ, ୧୫ରେ ଅବପାତ
ଦକ୍ଷିଣ ଆଣ୍ଡାମାନ ସାଗରରେ ଛନକା ବଢ଼ାଇଲା ଘୂର୍ଣ୍ଣିବଳୟ। ପ୍ରଭାବରେ ଆସନ୍ତାକାଲି ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ଏହା ପରେ ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୧୪ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବା ସମ୍ଭାବନା ରହିଛି। ତେବେ ଏତିକିରେ ଥମିବନି ପ୍ରକ୍ରିୟା।୧୫ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେଇପାରେ। ତେବେ ଅବପାତ ପରେ ଏହାର ତୀବ୍ରତା ଓ ଗତିପଥ କେଉଁ ଦିଗକୁ ରହିବ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ବାତ୍ୟାର ରୂପ ନେବା ନେଇ ମଧ୍ୟ ଏଯାଏଁ କୌଣସି ନିଶ୍ଚିତ ପୂର୍ବାନୁମାନ ହୋଇନାହିଁ।
