କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ସମସ୍ୟା ଜଣାଇବାକୁ ଲୋକଙ୍କ ଲମ୍ବା ଲାଇନ୍
କେନ୍ଦୁଝରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ । ଜିଲ୍ଲା ଗସ୍ତର ଚତୁର୍ଥ ଦିନରେ ଆଜି ସାଧାରଣ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ସେମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ସର୍କିଟ୍ ହାଉସଠାରେ ଆରମ୍ଭ ହୋଇଛି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ।
ନିଜ ନିଜର ସମସ୍ୟା ଓ ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ସର୍କିଟ୍ ହାଉସ୍ରେ ଲୋକଙ୍କ ଭିଡ଼ ଜମିଛି । ନିଜ ଅଭିଯୋଗ ଜଣାଇବାକୁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ଜଣଙ୍କ ପରେ ଜଣେ ନିଜର ସମସ୍ୟା ମୁଖ୍ୟମନ୍ତ୍ରୀଙ୍କ ଆଗରେ ରଖୁଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକଙ୍କ ପାଖରୁ ଗୋଟି ଗୋଟି କରି ଅଭିଯୋଗ ଶୁଣୁଛନ୍ତି ।
