୩୦ ଲକ୍ଷ ଦୀପରେ ଝଲସିତ ରାମନଗରୀ
ଆଲୋକରେ ଝଲସିବ ରାମନଗରୀ ଅଯୋଧ୍ୟା । ଚାରିଆଡ଼େ ଦୀପର ଆଲୋକ, ମନ୍ତ୍ରଧ୍ୱନି ଓ ଭକ୍ତିମୟ ପରିବେଶ। ଭଗବାନ ଶ୍ରୀରାମଙ୍କ ନଗରୀରେ ପାଳିତ ହେବ ଦଶମ ଭବ୍ୟ ଦୀପୋତ୍ସବ । ଏଥିପାଇଁ ସଜେଇ ହୋଇଛି ସମଗ୍ର ଅଯୋଧ୍ୟା। ସରଯୂ ନଦୀ କୂଳରେ ଏକ ଅଦ୍ଭୁତ ଆଲୋକମୟ ପରିବେଶ ସୃଷ୍ଟି କରିବାକୁ ଚାଲିଛି ବ୍ୟାପକ ପ୍ରସ୍ତୁତି। ଚଳିତ ଦୀପୋତ୍ସବରେ ୩୦ ଲକ୍ଷ ଦୀପ ଜଳାଯିବା ସହ ୨,୧୦୦ ଡ୍ରୋନ୍ ମାଧ୍ୟମରେ ଆକାଶରେ ଜୀବନ୍ତ ହେବ ରାମାୟଣର ବିଭିନ୍ନ ପ୍ରସଙ୍ଗ।ସୂଚନା ଅନୁଯାୟୀ, ସରଯୂ ନଦୀ କୂଳରେ ଥିବା ରାମ କି ପୈଡ଼ିର ୫୬ଟି ଘାଟରେ ଏହି ୩୦ ଲକ୍ଷ ଦୀପ ପ୍ରଜ୍ୱଳନ କରାଯିବ। ଏହା ସହ ୨,୧୪୭ ଜଣ ପୁରୋହିତ ଏକକାଳୀନ ସରଯୂ ନଦୀ କୂଳରେ ମହାଆରତୀ କରିବେ। ଅନ୍ୟପଟେ ୨,୧୦୦ ଡ୍ରୋନ୍ର ଆକର୍ଷଣୀୟ ପ୍ରଦର୍ଶନ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିବ। ଏହି ମହାନ ଉତ୍ସବ ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ବାର୍ତ୍ତା ଦେଇଛନ୍ତି।
