ଓଡ଼ିଶାରେ ବଢ଼ିଲା ୩୧୮ ମେଡିକାଲ ପିଜି ସିଟ୍

ଓଡ଼ିଶାରେ ବଢ଼ିଲା ୩୧୮ ମେଡିକାଲ ପିଜି ସିଟ୍

ଓଡ଼ିଶାର ସରକାରୀ ମେଡିକାଲ କଲେଜଗୁଡ଼ିକରେ ବୃଦ୍ଧି ପାଇଛି ପୋଷ୍ଟ ଗ୍ରାଜୁଏଟ୍ (ପିଜି) ସିଟ୍ ସଂଖ୍ୟା। ରାଜ୍ୟରେ ମୋଟ ୩୧୮ଟି ନୂଆ ମେଡିକାଲ ପିଜି ସିଟ୍ ବୃଦ୍ଧି କରାଯାଇଛି। ଫଳରେ ପୂର୍ବରୁ ୬୨୦ ଥିବା ପିଜି ସିଟ୍ ସଂଖ୍ୟା ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି।

ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଏନେଇ ସୂଚନା ଦେଇଛନ୍ତି। ଏହାସହ ରାଜ୍ୟର ୫ଟି ସରକାରୀ ମେଡିକାଲ କଲେଜକୁ ପ୍ରଥମଥର ପାଇଁ ପିଜି ସିଟ୍ ମିଳିଛି।ଏହି ସିଟ୍ ବୃଦ୍ଧି ଦ୍ୱାରା ରାଜ୍ୟରେ ଅଧିକ ସଂଖ୍ୟକ ବିଶେଷଜ୍ଞ ଡାକ୍ତର ସୃଷ୍ଟି ହେବା ସହ ଚିକିତ୍ସା ଶିକ୍ଷାର ସୁଯୋଗ ବଢ଼ିବ। ଏଥିସହ ରାଜ୍ୟର ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *