ମହାନଦୀ ଜଳ ବିବାଦର ସମାଧାନ ପାଇଁ ବଡ଼ ବୈଠକ, ଏକାଠି ହେବେ ୫ ରାଜ୍ୟ

ମହାନଦୀ ଜଳ ବିବାଦର ସମାଧାନ ପାଇଁ ବଡ଼ ବୈଠକ

ମହାନଦୀ ଜଳ ବିବାଦର ସମାଧାନ ପାଇଁ ବଡ଼ ବୈଠକ । ଆଜି ଏକାଠି ହେବେ ୫ ରାଜ୍ୟ । କେନ୍ଦ୍ର ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ, ଅଣମୌସୁମୀ ସମୟରେ ନିଶ୍ଚିତ ଜଳପ୍ରବାହ ଉପରେ ଗୁରୁତ୍ୱ ଦେଇପାରେ ଓଡ଼ିଶା । ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ । ଆଜି ଦିଲ୍ଲୀରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଡକାଯାଇଥିବା ଏହି ବୈଠକରେ ମହାନଦୀ ଅବବାହିକାର ୫ଟି ରାଜ୍ୟ ଓଡ଼ିଶା, ଛତିଶଗଡ଼, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡର ବରିଷ୍ଠ ଅଧିକାରୀ ଯୋଗଦେବେ । କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ।ଦୀର୍ଘଦିନର ଜଳ ବିବାଦର ସମାଧାନ ପାଇଁ ସମସ୍ତ ରାଜ୍ୟ ମଧ୍ୟରେ ସହମତି ସୃଷ୍ଟି କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ମୁଖ୍ୟତଃ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବଣ୍ଟନକୁ ନେଇ ଦୀର୍ଘବର୍ଷ ଧରି ବିବାଦ ଲାଗିରହିଛି । ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ବ୍ୟାରେଜ୍ ଓ ଜଳ ପ୍ରକଳ୍ପ ନିର୍ମାଣ କରିଥିବାରୁ ଓଡ଼ିଶାକୁ ଆବଶ୍ୟକ ପରିମାଣର ଜଳ ମିଳୁନଥିବା ଅଭିଯୋଗ ହୋଇଆସୁଛି ।

Leave a Reply

Your email address will not be published. Required fields are marked *