ରୁପା ମିଶ୍ରଙ୍କୁ ପଞ୍ଚାୟତିରାଜ ବିଭାଗ, ଗିରିଶ ଏସ୍‌ଏନ୍ ହେଲେ ସ୍ୱାସ୍ଥ୍ୟ ସଚିବ

ଆଇଏଏସ୍ ସ୍ତରରେ ବଡ଼ ଅଦଳବଦଳ

ଆଇଏଏସ ସ୍ତରରେ ଅଦଳବଦଳ। ୪ ଅଧିକାରୀଙ୍କୁ ନୂଆ ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର। କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ରୁପା ମିଶ୍ରଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଭାବରେ ମିଳିଛି ନିଯୁକ୍ତି। ସ୍ବାସ୍ଥ୍ୟ ସଚିବ ଅଶ୍ବଥୀ ଏସଙ୍କର ମଧ୍ୟ ବଦଳି ହୋଇଛି । ତାଙ୍କ ସ୍ଥାନରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଥିବା ଗିରିଶ ଏସଏନ ହୋଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ।

ଅଶ୍ୱଥୀ ଏସଙ୍କୁ ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ଏଥିସହ ସେ ସିଟି ଓଡିଶା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଏଫଡିସି ଅଧ୍ୟକ୍ଷ ପଦରୁ ବିଷ୍ଣୁପଦ ସେଠୀଙ୍କୁ ହଟାଇଛନ୍ତି ସରକାର। ତାଙ୍କପ ସାଧାରଣ ପ୍ରଶାସନ ବିଭାଗରେ ଓଏସଡି ଭାବେ ବଦଳି କରାଯାଇଛି। …

Leave a Reply

Your email address will not be published. Required fields are marked *