ଇରାନ ଯୁଦ୍ଧ ପାଇଁ ନିର୍ବାଚନରେ ରିପବ୍ଲିକାନ୍ଙ୍କୁ କ୍ଷତି
ଇରାନ ସହ ଯୁଦ୍ଧର ପ୍ରଭାବ ଏବେ ଆମେରିକାର ରାଜନୀତି ଉପରେ ପଡିଛି । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ରିପବ୍ଲିକାନ୍ ପାର୍ଟିର ପରାଜୟ ପଛରେ ଇରାନ ଯୁଦ୍ଧ ଏକ ପ୍ରମୁଖ କାରଣ ବୋଲି ଚର୍ଚ୍ଚା ହେଉଛି । ନିଜେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସ୍ୱୀକାର କରିଛନ୍ତି ଯେ, ଇରାନ ଯୁଦ୍ଧ ଯୋଗୁଁ ଆମେରିକାରେ ପେଟ୍ରୋଲ ଦର ବୃଦ୍ଧି ପାଇଥିଲା । ଯାହା ସାଧାରଣ ଆମେରିକୀୟଙ୍କ ପକେଟ ଉପରେ ଆର୍ଥିକ ଚାପ ବଢ଼ାଇଥିଲା । ତେବେ ନିର୍ବାଚନୀ କ୍ଷତି ସତ୍ତ୍ୱେ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବାର ନିଷ୍ପତ୍ତିରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି ଟ୍ରମ୍ପ । ତାଙ୍କ କହିବା ଅନୁସାରେ, ଇରାନକୁ ପରମାଣୁ ଅସ୍ତ୍ର ହାସଲ କରିବାରୁ ରୋକିବା ଦୀର୍ଘକାଳୀନ ସୁରକ୍ଷା ଦୃଷ୍ଟିରୁ ଅତ୍ୟନ୍ତ ଜରୁରୀ। ଯଦି ପୁଣି ଥରେ ସମାନ ପରିସ୍ଥିତି ଆସେ, ତେବେ ସେ ପୁଣି ସାମରିକ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସ୍ପଷ୍ଟ କରିଛନ୍ତି ।
