୧୦ କୋଟିର ବଜେଟ୍, ଆସିବେ ବାଲିର ପ୍ରତିନିଧି

ପ୍ଲାଷ୍ଟିକ୍ ମୁକ୍ତ ହେବ କଟକ ବାଲିଯାତ୍ରା

ଚଳିତ ବର୍ଷ ପ୍ଲାଷ୍ଟିକ୍ ମୁକ୍ତ ହେବ କଟକର ଐତିହାସିକ ବାଲିଯାତ୍ରା। ନଭେମ୍ବର ୨୪ରୁ ଡିସେମ୍ବର ୧ ଯାଏଁ ଆୟୋଜିତ ହେବ ଏହି ମହାମେଳା। ବାଲିଯାତ୍ରା ଆୟୋଜନ ପାଇଁ ସରକାରଙ୍କ ପକ୍ଷରୁ ୧୦ କୋଟି ଟଙ୍କା ଅନୁଦାନ ପ୍ରସ୍ତାବ ରହିଛି। ଓରମାସ୍ ପକ୍ଷରୁ ୫୦୦ଟି ଷ୍ଟଲ୍ ରେ ପ୍ରଦର୍ଶିତ ହେବ ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ।

ଓଡ଼ିଶାର କାରିଗରଙ୍କ କଳା ଓ କୌଶଳକୁ ମିଳିବ ବଡ଼ ମଞ୍ଚ। ଚଳିତ ବର୍ଷ ବାଲିଯାତ୍ରାକୁ ଆହୁରି ଆନ୍ତର୍ଜାତିକ ରୂପ ଦେବାକୁ ମଧ୍ୟ ରହିଛି ଯୋଜନା। ବାଲି ଦେଶରୁ ଏକ ପ୍ରତିନିଧି ମଣ୍ଡଳୀ ଆସିବାର ଯୋଜନା ରହିଛି। ବାଲି ଓ ପ୍ରାଚୀନ କଳିଙ୍ଗ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ଦର୍ଶାଇବା ପାଇଁ କଟକ-ଇନ୍ -କଟକ ପାଭିଲିୟନରେ ରହିବ ସ୍ୱତନ୍ତ୍ର ଆୟୋଜନ। କେବଳ ସେତିକି ନୁହେଁ, ଦର୍ଶକଙ୍କ ପାଇଁ ରହିବ ସ୍ୱତନ୍ତ୍ର ଡିଜିଟାଲ୍ ଇନ୍ ଫରମେସନ୍ ୱାଲ୍।ଏହା ମାଧ୍ୟମରେ ବାଲି ଓ କଳିଙ୍ଗର ପ୍ରାଚୀନ ସମ୍ପର୍କ, ଐତିହ୍ୟ ଓ ସାଂସ୍କୃତିକ ପରମ୍ପରା ସମ୍ପର୍କରେ ଅନେକ ତଥ୍ୟ ଜାଣିପାରିବେ ଲୋକେ। ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ପରିବେଶ ଅନୁକୂଳ ଓ ଐତିହ୍ୟସମ୍ପନ୍ନ କରିବାକୁ ରହିଛି ବ୍ୟାପକ ଯୋଜନା। ଏନେଇ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ହୋଇଛି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ବାଲିଯାତ୍ରାର ସୁପରିଚାଳନା ସହ ବିଭିନ୍ନ ଆୟୋଜନକୁ ନେଇ ହୋଇଛି ବିସ୍ତୃତ ଆଲୋଚନା।

Leave a Reply

Your email address will not be published. Required fields are marked *