ରାତି ୯ଟା ପରେ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ
ନିର୍ଦ୍ଧାରିତ ସମୟ ଅନୁଯାୟୀ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ହିଁ ବାଣ ଫୁଟାଇବାକୁ ଦିଆଯିବ ଅନୁମତି । ଏହାର ବ୍ୟତିକ୍ରମ କଲେ, କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ କମିଶନରେଟ ପୋଲିସ । କାଳୀପୂଜା ଏବଂ ଦୀପାବଳୀ ପର୍ବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଏଭଳି ପରାମର୍ଶ ଦେଇଛନ୍ତି କଟକ ଡିସିପି । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଘଂନ କରି ଅନ୍ୟକୁ କ୍ଷତି ପହଞ୍ଚାଇବା ଭଳି ବାଣ ବିକ୍ରି କରନ୍ତି କିମ୍ବା ଫୁଟାନ୍ତି, ତେବେ ୧୧୨କୁ କିମ୍ବା 82803 38303 ନମ୍ବରକୁ କଲ କରି ଅଭିଯୋଗ କରି ପାରିବେ ବୋଲି କଟକ ଡିସିପି କହିଛନ୍ତି । ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବା ପାଇଁ ଅପିଲ କରିଛି କମିସନରେଟ ପୋଲିସ । ପ୍ରତି ବର୍ଷ ସହରରେ ଯେଉଁ ସ୍ଥାନଗୁଡ଼ିକରେ ଅସ୍ଥାୟୀ ବାଣ ଦୋକାନ ହୁଏ, ସେହି ସ୍ଥାନରେ ବିକ୍ରି କରିବା ପାଇଁ ଅନୁମତି ଦିଆଯିବ ।
