ଆସୁଛି ବାତ୍ୟା ମୁରାସୁ
ବଙ୍ଗୋପସାଗରରେ ବାତ୍ୟା । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ମୁରାସୁ । ଆସନ୍ତାକାଲି ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରେ ନେବ ଭୀଷଣ ବାତ୍ୟାର ରୂପ । ନଭେମ୍ବର ୩ ସକାଳେ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ନେଲ୍ଲୋର ଓ ନରସାପୁର ମଧ୍ୟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେପଟେ ମୁରାସୁର ଗତିପଥ ଜାରିକଲା JTWC । ମଡେଲରେ କେନ୍ଦ୍ର ଆନ୍ଧ୍ରପ୍ରଦେଶରେ ଲ୍ୟାଣ୍ଡଫଲ କରିବା ସଙ୍କେତ ରହିଛି । ସେପଟେ ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବଢିବ ବର୍ଷା । ୩ ଓ ୪ରେ ପ୍ରବଳ ବର୍ଷା ପାଇଁ ଚେତାବନୀ ଜାରି ହୋଇଛି ।
