ପୁରୀର ୩ ହବିଷ୍ୟାଳି କେନ୍ଦ୍ରରେ ବ୍ରତଧାରୀ ଙ୍କ ଭିଡ଼

ଆଜିଠୁ ଆରମ୍ଭ ହେଲା ମହାକାର୍ତ୍ତିକ ବ୍ରତ

ଆଜିଠୁ ଆରମ୍ଭ ହେଲା ମହାକାର୍ତ୍ତିକ ବ୍ରତ । ପୁରୀର ୩ ହବିଷ୍ୟାଳି କେନ୍ଦ୍ରରେ ବ୍ରତଧାରୀ ମାନେ ସକାଳୁ ସକାଳୁ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ସଂକଳ୍ପ କରି ବ୍ରତ ଆରମ୍ଭ କରିଛନ୍ତି । ଏକ ମାସ ପର୍ଯ୍ୟନ୍ତ ବ୍ରତ ପାଳିବେ ହବିଷ୍ୟାଳି । ପୁରୀର ୩ ହବିଷ୍ୟାଳି କେନ୍ଦ୍ରରେ ୨୫ ଶହ ହବିଷ୍ୟାଳି ରହିଛନ୍ତି ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ହବିଷ୍ୟାଳିଙ୍କ ପାଇଁ ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି । ବ୍ରତଧାରୀଙ୍କ ଲାଗି ବିଭିନ୍ନ ହବିଷ୍ୟାଳି କେନ୍ଦ୍ରରେ ସମସ୍ତ ସୁବିଧା ଯୋଗାଇ ଦେଉଛି ପ୍ରଶାସନ । ଚଉରା ମୂଳେ ରାଇଦାମୋଦର ପୂଜା କରୁଛନ୍ତି ହବିଷ୍ୟାଳି । ଏକ ମାସ ଧରି ଚଳ ଚଞ୍ଚଳ ହୋଇପଡିବ ବିଭିନ୍ନ ହବିଷ୍ୟାଳି କେନ୍ଦ୍ର । ରାଜ୍ୟସରକାରଙ୍କ ହବିଷ୍ୟାଳି ଯୋଜନାରେ ସମିଲ ହୋଇ ବେଶ ଖୁସିବ୍ୟକ୍ତ କରିଛନ୍ତି ହବିଷ୍ୟାଳି । ପ୍ରତେକ ଦିନ ହବିଷ୍ୟାଳି କେନ୍ଦ୍ରରେ ଭଜନ କୀର୍ତନ ଓ ମହାପ୍ରସାଦ ସେବନ କରିବେ ।

Leave a Reply

Your email address will not be published. Required fields are marked *