୨୯ ଯାଏ ଲଗାଣ ବର୍ଷା ନେଇ ରେଡ ଆଲର୍ଟ ଜାରି

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୭ ରୁ ବର୍ଷା ସମ୍ଭାବନା

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୭ ରୁ ବର୍ଷା ସମ୍ଭାବନା । ଅକ୍ଟୋବର ୨୭ ରୁ ୨୯ ତାରିଖ ମଧ୍ୟରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଓ ପ୍ରଭାବ ଅଧିକ ରହିବ । ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଓ ଗଜପତି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ଓ ପବନ ବହିବାର ସମ୍ଭାବନା ଥିବାରୁ ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲୋ ଆଲର୍ଟ ।ସେହିପରି ୨୭ ତାରିଖ ସକାଳୁ ବଢିବ ବର୍ଷାର ପରିମାଣ ।

ଗଞ୍ଜାମ, ଗଜପତି ପୁରୀ ରେ ଭୀଷଣ ବର୍ଷା ପାଇଁ ରେଡ ଆଲର୍ଟ ଜାରି ହୋଇଥିବା ବେଳେ ମାଲକାନଗିରି, କୋରାପୁଟ, ରାୟଗଡା କନ୍ଧମାଳ, ନୟାଗଡ, ଖୋର୍ଦ୍ଧା କଟକ, କେନ୍ଦ୍ରାପଡା, ଜଗତସିଂପୁର , ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।ସେହିପରି ନବରଙ୍ଗପୁର, କଳାହାଣ୍ଡି ବୌଦ୍ଧ ଓ ଅନୁଗୁଳ ରେ ପ୍ରବଳ ବର୍ଷା ପାଇଁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ।

Leave a Reply

Your email address will not be published. Required fields are marked *