ଦିଲ୍ଲୀରେ ପ୍ରଦୂଷଣ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ
ଦିଲ୍ଲୀ-NCRରେ ଶୀତ ଋତୁ ଆରମ୍ଭ ହେବା ସହ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ବାୟୁ ଗୁଣବତ୍ତା ସୂଚକାଙ୍କ ୨୪୦ ଅତିକ୍ରମ କରିବା ପରେ ଲାଗୁ ହୋଇଛି ଗ୍ରାପ୍-୧ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏବେ ଆକ୍ସନ ମୋଡ୍କୁ ଆସିଛି ସରକାର । ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ରାଜପଥ ନେଟୱର୍କରେ ଆରମ୍ଭ ହୋଇଛି ବ୍ୟାପକ ଅଭିଯାନ ।NHAIର ସୂଚନା ଅନୁଯାୟୀ, ଦିଲ୍ଲୀ-NCRର ପ୍ରାୟ ୧୫୭ କିଲୋମିଟର ଲମ୍ବା ରାସ୍ତା ଓ କରିଡରରେ ୯୦୦ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ରାସ୍ତାରେ ଉଡ଼ୁଥିବା ଧୂଳିକୁ ନିୟନ୍ତ୍ରଣ କରିବା ପାଇଁ ନିୟମିତ ଭାବେ ପାଣି ସିଞ୍ଚନ କରାଯାଉଛି। ଏଥିସହ ବିଭିନ୍ନ ସ୍ଥାନରେ ସ୍ମୋକ୍ ଗନ୍ ଲଗାଯାଇଛି । ଏହା ବାୟୁମଣ୍ଡଳରେ ଥିବା ଧୂଳିକଣାକୁ ନିୟନ୍ତ୍ରଣ କରିବାରେ ସହାୟକ ହେବ ।
