କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟ ଯିବେ ସରକାର
କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟ ଯିବେ ସରକାର। ମାମଲାକୁ ନେଇ ପୁଣି ଥରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର। ଉଚ୍ଚ ଅଦାଲତଙ୍କ ରାୟକୁ ଅବମାନନା ନେଇ ସର୍ବୋଚ୍ଚ କୋର୍ଟ ଯିବେ ସରକାର। କୋରାପୁଟ ଉପଜିଲ୍ଲାପାଳ ଫାବି ରସିଦ ଏହି ସୂଚନା ଦେଇଛନ୍ତି। ଆଜି କୋଟିଆରେ ରହି ଲୋକଙ୍କ ଅଭିଯୋଗ ଶୁଣିବେ ଉପଜିଲ୍ଲାପାଳ। ଏହାସହ ସେଠାରେ ଲୋକମାନଙ୍କର ବିଭିନ୍ନ ସମସ୍ୟା ଓ ସ୍ଥିତି ଅନୁଧ୍ୟାନ କରିବେ। ଓଡ଼ିଶାର ଅଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଉଛି। ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଲଙ୍ଘି ଆନ୍ଧ୍ରର ଏପରି ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଆଇନଗତ ଲଢ଼ଇକୁ ଆହୁରି ଜୋରଦାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।
