ଅକ୍ଟୋବରରେ ପୁଣି ଲଘୁଚାପ!

ବଢ଼ିଲା ବାତ୍ୟା ଚର୍ଚ୍ଚା

ଅକ୍ଟୋବରରେ ପୁଣି ଲଘୁଚାପ ସମ୍ଭାବନା। ୨୨ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପାଣିପାଗର ବିଭିନ୍ନ ଅନୁକୂଳ ପରିସ୍ଥିତି ଯୋଗୁଁ ଏହା ଘନୀଭୂତ ହେବ। କିଛି ମଡେଲ୍ ବାତ୍ୟା ସୃଷ୍ଟି ନେଇ ଆକଳନ ବି କରୁଛନ୍ତି। ତେବେ ଏନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ପୂର୍ବାନୁମାନ କରିନି। କିଛି ପାଣିପାଗ ବିଜ୍ଞାନୀଙ୍କ ମତରେ, ସେହି ସମୟରେ ଆରବ ସାଗରରେ ବି ଗୋଟିଏ ସିଷ୍ଟମ ସୃଷ୍ଟି ହେବାର ସମ୍ଭାବନା ରହିଛି। ଉଭୟ ସିଷ୍ଟମର ପରସ୍ପର ପ୍ରଭାବ ଓ ଗତିପଥ ସ୍ପଷ୍ଟ ହେବା ପାଇଁ ଆଗାମୀ ୨୫ ରୁ ୨୬ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କାରଣ ବର୍ତ୍ତମାନ ଏହାର ଦିଗ ଓ ଗତି ସମ୍ପୂର୍ଣ୍ଣ ସ୍ପଷ୍ଟ ଭାବେ ଆକଳନ କରିବା ସମ୍ଭବ ନୁହେଁ।

Leave a Reply

Your email address will not be published. Required fields are marked *