ଅକ୍ଟୋବର ୨୪ ଯାଏଁ ଇଣ୍ଡିଗୋ ଏବଂ ଅକ୍ଟୋବର ୨୦ ଯାଏଁ ଉଡ଼ିବନି ଏୟାର ଇଣ୍ଡିଆ
ସାଉଦି ଆରବରେ ବିଗୁଡ଼ୁଥିବା ସୁରକ୍ଷା ସ୍ଥିତିର ପ୍ରଭାବ ଏବେ ବିମାନ ଯାତ୍ରା ଉପରେ ପଡ଼ିଛି । ଭାରତରୁ ସାଉଦି ଆରବ ଯାଉଥିବା ଏବଂ ଭାରତ ଫେରୁଥିବା ଯାତ୍ରୀଙ୍କ ପାଇଁ ସମସ୍ୟା ବଢ଼ିପାରେ । ଏବେ ଅନେକ ବିମାନ କମ୍ପାନୀ ସେମାନଙ୍କର ବିମାନ ଚଳାଚଳ ବାତିଲ ଅବଧିକୁ ବଢାଇ ଦେଇଛନ୍ତି । ଇଣ୍ଡିଗୋ ରିୟାଦ, ଜେଦ୍ଦା, ଦାମ୍ମାମ ଓ ମଦିନାକୁ ଯାଉଥିବା ବିମାନଗୁଡ଼ିକୁ ୨୦୨୬ ଅକ୍ଟୋବର ୨୪ ତାରିଖ ଯାଏଁ ବାତିଲ କରିଛି । ସେହିପରି ଏୟାର ଇଣ୍ଡିଆ ରିୟାଦ, ଦାମ୍ମାମ ଓ ଜେଦ୍ଦାକୁ ଯାଉଥିବା ଏବଂ ସେଠାରୁ ଫେରୁଥିବା ବିମାନଗୁଡ଼ିକୁ ଅକ୍ଟୋବର ୨୦ ତାରିଖ ଯାଏଁ ବାତିଲ ରଖିବାକୁ ନିଷ୍ପତ୍ତି ନେଇଛି ।
