ଜାନୁଆରୀ ୧ ତାରିଖରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା

ଫେବ୍ରୁୟାରୀ ୧୦ ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା

ଆସନ୍ତା ଫେବ୍ରୁୟାରୀ ୧୦ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଜାନୁଆରୀ ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶିତ ହେବ । ଚଳିତବର୍ଷ ଅକ୍ଟୋବର ୨୬ରୁ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ ହେବ । ନଭେମ୍ବର ୭ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହା ଚାଲିବ । ଏସଆଇଆରରେ ନାଁ କଟିଥିଲେ ବି ଆବଶ୍ୟକୀୟ ପ୍ରମାଣ ପତ୍ର ଦେଇ ଯୋଡି ପାରିବେ।ସେପ୍ଟେମ୍ବର ୨୧ରେ ଏସଆଇଆର ପରେ ପ୍ରକାଶିତ ECIଙ୍କ ଭୋଟର ତାଲିକା ଅନୁସାରେ ରାଜ୍ୟ ନିର୍ବାଚନ କମିଶନ କରିବେ ସର୍ଭେ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତି ୱାର୍ଡରେ ରହିବ ଗୋଟିଏ ବୁଥ । ବିଧାନସଭାର ୩୯ ହଜାର ବୁଥକୁ ଭାଙ୍ଗି ୯୧ ହଜାର ବୁଥ କରାଯିବ ।

ପୌରାଞ୍ଚଳରେ ୬ ହଜାର ବୁଥ ରହିଛି, ଆବଶ୍ୟକ ପଡିଲେ ଅଧିକ ବୁଥ କରାଯିବ।ସହରାଞ୍ଚଳରେ ଇଭିଏମ ଏବଂ ଗ୍ରାମାଞ୍ଚଳରେ ବାଲାଟରେ ନିର୍ବାଚନ ହେବ। ଡୋର-ଟୁ-ସର୍ଭେ ଟିମରେ ବୁଥ୍ ସ୍ତରୀୟ ଅଧିକାରୀ(BLO), ଅଙ୍ଗନୱାଡ଼ି କର୍ମୀ , ଜଳସାଥୀ, ସ୍ବଚ୍ଛସାଥୀ ଏବଂ ଆଶା କର୍ମୀ ଘରକୁ ଘର ବୁଲି ସର୍ଭେ କରିବେ। ସର୍ଭେ ବେଳେ ସହଯୋଗ ପାଇଁ ଓଡିଶା ବାସୀଙ୍କୁ ଅପିଲ କଲେ ରାଜ୍ୟ ନିର୍ବାଚନ କମିଶନ। ଏହି ସର୍ଭେ ସମୟରେ ଭୋଟର ମାନେ ପୂର୍ବରୁ ବାଦ ପଡ଼ିଥିଲେ ଯୋଡି ହୋଇ ପାରିବେ ।ଆଉ ଅଯୋଗ୍ୟ ଭୋଟରଙ୍କୁ ବାଦ ବି ଦିଆଯାଇ ପାରିବ ।

ନାମ ଯୋଡିବା ଏବଂ ସଂଶୋଧନ ପାଇଁ ଫର୍ମ ନମ୍ବର 16 ଏବଂ ନାମ ବାଦ ଦେବା ପାଇଁ ଆପତ୍ତି ଫର୍ମ 17କୁ ଦାଖଲ କରିବାକୁ ପଡିବ। ଜାନୁଆରୀରେ ପ୍ରକାଶ ପାଇବ ଡ୍ରାଫ୍ଟ ତାଲିକା। ଆପତ୍ତି ଅଭିଯୋଗ ପାଇଁ 20 ଦିନ ସମୟ ଦିଆଯିବ। ଫେବୃଆରୀ 10ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ ହୋଇପାରେ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

Leave a Reply

Your email address will not be published. Required fields are marked *