ଭଡ଼ା ଘର ବାଣ୍ଟିବେ ମୋହନ ସରକାର
ଏବେ ରାଜ୍ୟ ସରକାର ଦେବେ ଭଡ଼ା ଘର। ମୋହନ ସରକାର ଏବେ ଭୁବନେଶ୍ବରରେ ପ୍ରଥମ ପର୍ଯ୍ୟାୟରେ ୩୦୦ ଭଡ଼ା ଘର ନିର୍ମାଣ କରିବେ। ଯାହା ଶ୍ରମିକଙ୍କଠୁ ଗରିବ ଯାଏଁ ସମସ୍ତଙ୍କୁ ଦିଆଯିବ। ବସ୍ତି ଶୂନ୍ୟ କରିବା ସହ ଅପରାଧକୁ ନିୟନ୍ତ୍ରଣ କରିବା ଦିଗରେ ବଡ଼ ପଦକ୍ଷେପ ହେବ। ହେଲେ ଏସବୁ ଭିତରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି କି, ଚିହ୍ନଟ ପ୍ରକ୍ରିୟା ଓ ଘର ବଣ୍ଟନ। ଭଡ଼ାରେ ଘର ବାଣ୍ଟିବେ ମୋହନ ସରକାର। ଶସ୍ତାରେ ରାଜଧାନୀ ବାସିନ୍ଦାଙ୍କୁ ମିଳିବ ଭଡ଼ା ଘର। ବସ୍ତି ହଟିବ, ରାଜଧାନୀରେ ଶସ୍ତାରେ ଘର ମିଳିବ। ରାଜଧାନୀରେ ଭଡ଼ା ଘରଟିଏ ଖୋଜି ଖୋଜି ନୟାନ୍ତ ଜନତା। ଘର ଥିଲେ ଭଡ଼ା ନାହିଁ, ଭଡ଼ା ଥିଲେ ଏତେ ଚଢ଼ା ଦର ଯେ ରହି ହେବନି। ହେଲେ ଏଇ ସମସ୍ୟା ଆଉ ବେଶୀ ଦିନ ନୁହେଁ। ସହରୀ ଗରିବଙ୍କୁ ମିଳିବ ଶସ୍ତାରେ ଘର ଭଡ଼ା। ୨୦ କୋଟି ଟଙ୍କା ବ୍ୟୟ ଅଟକଳରେ ତିଆରି ହେବ ୩୦୦ ଘର। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତାସହ ଆଜି ଭିତ୍ତି ପ୍ରସ୍ତର ସ୍ଥାପନ ସରିଛି।
ପ୍ରଧାନମନ୍ତ୍ରୀ ଆୱାସ ଯୋଜନାର ସହରାଞ୍ଚଳ ବନ୍ଧୁ ଅଧୀନରେ ପ୍ରବାସୀ ଓ ନିର୍ମାଣ ଶ୍ରମିକ, ଶିଳ୍ପାନୁଷ୍ଠାନର କର୍ମଚାରୀ, ସହରୀ ଗରିବଙ୍କୁ ପାଇଁ ଶସ୍ତା ଘର ଯୋଜନା ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଗାଢ଼କଣରେ ନିର୍ମାଣ ହେବ ୩୦୦ ଭଡ଼ା ଘର। ରେଣ୍ଟାଲ ହାଉସିଂ ପ୍ରୋଜେକ୍ଟ ଅଧିନରେ ୬ ମାସରେ ୨୦ କୋଟି ବ୍ୟୟ ଅଟକଳରେ ବିଡିଏ ଏସବୁ ନିର୍ମାଣ କରିବ। ସବୁଠୁ ବଡ଼ କଥା ହେଲା, ଯେଉଁମାନେ ସହରକୁ କାମ କରିବାକୁ ଆସୁଛନ୍ତି ବିଭିନ୍ନ ବସ୍ତିରେ ରହୁଛନ୍ତି। ଘର ଭଡ଼ା ଦେବା ସହିତ ଅପରାଧିକ କାର୍ଯ୍ୟ କଳାପରେ ବି ଲିପ୍ତ ରହୁଛନ୍ତି। ତେଣୁ ଯଦି, ସରକାର ଭଡ଼ାରେ ଘର ଦେବେ ତା ଉପରେ ନିୟନ୍ତ୍ରଣ ରହିବ।ପ୍ରଥମେ ଗାଢ଼କଣ ପରେ ଚନ୍ଦ୍ରଶେଖପୁର, ଶାନ୍ତିପଲ୍ଲୀରେ ବିଏମସି ପକ୍ଷରୁ ଭଡ଼ା ଘର ନିର୍ମାଣ ହେବ। ରାଜ୍ୟ ସରକାର ଏନେଇ ଡ୍ରାଫ୍ଟ ପଲିସି ଓ ପରେ ଏହାକୁ ପାରିତ କରିବାକୁ ଯୋଜନା ରଖିଛନ୍ତି।
