ମାନହାନି ମାମଲାର ଟ୍ରାଏଲ୍‌ ଉପରେ ଲାଗିଲା ରୋକ୍

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟକୁ ନେଇ ଦାଏର ହୋଇଥିବା ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଟ୍ରୋଲ୍‌ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ଅପରେଶ କୁମାର ସିଂଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।ସୂଚନାନୁଯାୟୀ, ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିବା ସହ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ମାମଲା ୨୦୧୮ ମସିହାରେ ରାଫେଲ୍ ଯୁଦ୍ଧବିମାନ ଚୁକ୍ତିକୁ ନେଇ ରାହୁଲ ଗାନ୍ଧୀଙ୍କ କଥିତ ମନ୍ତବ୍ୟ ସହ ଜଡ଼ିତ । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ କଥିତ ଭାବେ ‘କମାଣ୍ଡର-ଇନ୍-ଥିଫ୍’ ଏବଂ ‘ଚୋରଙ୍କ ସର୍ଦ୍ଦାର’ ଭଳି ଶବ୍ଦ ବ୍ୟବହାର କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ମାନହାନି ମାମଲାର ନିମ୍ନ ଅଦାଲତରେ ଶୁଣାଣି ସ୍ଥଗିତ ରହିବ ।

Leave a Reply

Your email address will not be published. Required fields are marked *