ରାଜ୍ୟ ସରକାର ଆଣିବେ ସୋସିଆଲ ମିଡିଆ ନୀତି
ରାଜ୍ୟ ସରକାର ଆଣିବେ ସୋସିଆଲ ମିଡିଆ ନୀତି । ମନିଟରିଂ ଜରିଆରେ ଲୋକଙ୍କ ମତାମତ ନିଆଯିବ। ସରକାରୀ ସୂଚନା ସେବା ବ୍ୟବସ୍ଥାରେ ସାମାଜିକ ଗଣମାଧ୍ୟମର ପ୍ରୟୋଗ ସୁଦୃଢ଼ ହେବ। ସୋସିଆଲ ମିଡିଆରେ ଆଗେଇବାକୁ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଅଧିକାରୀଙ୍କୁ ଟାସ୍କ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦେଇଛନ୍ତି 3S ଫର୍ମୂଲା । ବିଜ୍ଞାପନ ପରିଚାଳନା ପାଇଁ ଇ-ସଞ୍ଚାର ଆପର ଶୁଭାରମ୍ଭ କରିଛନ୍ତି।ସୋସିଆଲ ମିଡିଆରେ ଆଗେଇବାକୁ ହେବ । ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ । ସୂଚନା ଓ ଲୋକ ସମ୍ପର୍କ ବିଭାଗର ସମୀକ୍ଷା ବୈଠକରେ ଯୋଗ ଦେଇ ସୋସିଆଲ ମିଡିଆକୁ କିଭଳି ଅଧିକ ଫୋକସ କରିବାକୁ ହେବ ସେ ନେଇ ଦିଗଦର୍ଶନ ଦେଇଛନ୍ତି। ନକାରାତ୍ମକ ନୁହେଁ, ସକାରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ। AI, ChatGPT ଭଳି ପ୍ରଯୁକ୍ତି ବିଦ୍ୟାର ଉପଯୋଗକୁ ଗୁରୁତ୍ବ ଦେଇଛନ୍ତି । ତେବେ ଏହାର ସଦୁପଯୋଗ ହେବା ଆବଶ୍ୟକ ବୋଲି କହିଛନ୍ତି ସିଏମ୍ ।
