ଜେୱାର ଏୟାରପୋର୍ଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା
ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଛନ୍ତି । ବଦଳିଲା ନୋଏଡା ଏୟାରପୋର୍ଟ ନାଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ । ଜେୱାର ଏୟାରପୋର୍ଟ ନାଁ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର ହୋଇଛି । ଯୋଗୀ କ୍ୟାବିନେଟର ପ୍ରସ୍ତାବ ପାରିତ ହୋଇଛି । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଜେୱାର ବିମାନ ବନ୍ଦରର ନାମକରଣ ହେବ ।ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ଉତ୍ତରପ୍ରଦେଶ କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛି ଏବଂ ଜେୱାର ବିମାନବନ୍ଦରକୁ ରାଜ୍ୟ ପାଇଁ ଏକ ବଡ଼ ଉପହାର ବୋଲି କହିଛନ୍ତି । ଏହି ବିମାନବନ୍ଦର ଉତ୍ତରପ୍ରଦେଶର ସର୍ବବୃହତ ବିମାନବନ୍ଦର ଏବଂ ଦେଶର ମୁଖ୍ୟ ବିମାନ ଯାତାୟାତ କେନ୍ଦ୍ରରେ ପରିଣତ ହେବ । ମୋଦି ସରକାରଙ୍କ ପ୍ରମୁଖ ୨୫ ବର୍ଷ ପୂରଣ ହେବା ନେଇ ଶୁଭେଚ୍ଛା ଜଣାଇଛନ୍ତି । ୨୦୪୭ ସୁଦ୍ଧା ଏକ ବିକଶିତ ଉତ୍ତରପ୍ରଦେଶ ଏବଂ ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟ ସରକାର କାର୍ଯ୍ୟ ଜାରି ରଖିଛନ୍ତି ।
