ଓଡ଼ିଶା ଛବିକୁ ନଷ୍ଟ କରିଦେଲା ଡବଲ୍ ଇଞ୍ଜିନ୍ ସରକାର: ନବୀନ ପଟ୍ଟନାୟକ
ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା । କାର୍ଯ୍ୟକ୍ରମରେ ଯୋଗଦେଇ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଉତ୍ତର ନିର୍ବାଚନ ମଣ୍ଡଳୀ ଆରଟିଓ ପଡିଆରେ ଆୟୋଜିତ ହୋଇଥିବା ଏହି ଜନ ସମ୍ପର୍କ ପଦଯାତ୍ରାରେ ହଜାର ହଜାର ସଂଖ୍ୟାର କର୍ମୀ ଓ ନେତା ଯୋଗ ଦେଇଛନ୍ତି । ଦଳର ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଗତ ୨ ତାରିଖରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି ।ଜନତାଙ୍କୁ ସମ୍ବୋଧିତ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି କି, ଓଡ଼ିଶା ଛବିକୁ ନଷ୍ଟ କରିଦେଲା ଡବଲ୍ ଇଞ୍ଜିନ୍ ସରକାର । ବିଜେଡି ବିକାଶ ଓ ସେବାରେ ବିଶ୍ବାସ କରେ ବୋଲି କହିଲେ ନବୀନ । ‘ବିଜେଡି ସରକାର ବେଳେ ଓଡ଼ିଶାର ଅନେକ ବିକାଶ ହୋଇଛି । ‘ବିକାଶ ପାଇଁ ଓଡ଼ିଶା ସାରା ଦେଶରେ ମଡେଲ୍ ଷ୍ଟେଟ୍ ହୋଇ ପାରିଥିଲା । କିନ୍ତୁ ଡବଲ୍ ଇଞ୍ଜିନ୍ ସରକାର ଓଡ଼ିଶାର ଇମେଜକୁ ନଷ୍ଟ କରିଦେଲା ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
