ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

୩ ବର୍ଷ ଯାଏଁ ଖୋଲିବନି ନୂଆ ମଦ ଦୋକାନ

ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଖୋଲାଯିବନି କୌଣସି ନୂଆ ମଦ ଦୋକାନ। ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ଏଭଳି ବଡ଼ ଘୋଷଣା। ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଆୟୋଜିତ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ନିଶା ବିରୋଧରେ ରାଜ୍ୟ ସରକାର ମୂଳରୁ ‘ଜିରୋ ଟଲେରାନ୍ସ’ ନୀତି ଆପଣାଇଛି। ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ। ନିଶାକୁ ନାଁ, ଜୀବନକୁ ହଁ- ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ମହିଳା ହିଂସା ପଛରେ ନିଶା ମୁଖ୍ୟ କାରଣ କହି ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। କେବଳ ମଦ ନୁହେଁ, ଗଞ୍ଜେଇ, ଅଫିମ ଓ କୋକେନ ବିରୋଧରେ ମଧ୍ୟ କଠୋର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ‘ନିଶାମୁକ୍ତ ଭାରତ’ ସମ୍ବନ୍ଧୀୟ ଏକ ସ୍ୱତନ୍ତ୍ର ୱେବସାଇଟ୍ ର ଶୁଭାରମ୍ଭ ହୋଇଛି। ନିଶାମୁକ୍ତ କେନ୍ଦ୍ରର ସୂଚନା, ଅଭିଯୋଗ, ନିଶା ବିରୋଧୀ ଫଟୋ ୱେବସାଇଟରେ ମିଳିବ।

Leave a Reply

Your email address will not be published. Required fields are marked *