ଓଡ଼ିଶା ବିଜେପିର ନୂଆ ରଣନୀତି

ସଂଗଠନ ସଜାଡ଼ିବାକୁ ପୁରନ୍ଦେଶ୍ୱରୀଙ୍କ ମାନସମନ୍ଥନ

ଓଡ଼ିଶା ବିଜେପିର ନୂଆ ରଣନୀତି, ନୂଆ ଜୋସ୍। ଦାୟିତ୍ୱ ନେଉ ନେଉ ଆକ୍ସନ୍ ମୋଡରେ ନୂଆ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ ସହ-ପ୍ରଭାରୀ ସ୍ୱଦେଶ ସିଂ। ଆଜି ଭୁବନେଶ୍ୱରରେ ପହଞ୍ଚିବା କ୍ଷଣି ସିଧା ଯାଇଥିଲେ ରାଜ୍ୟ କାର୍ଯ୍ୟାଳୟ। ସେଠି ପଦାଧିକାରୀଙ୍କ ସହ ଜିଲ୍ଲା ସଭାପତି, ପ୍ରଭାରୀ ଓ ବିଭିନ୍ନ ମୋର୍ଚ୍ଚାର ସଭାପତିଙ୍କ ସହିତ ବୈଠକ କରିଥିଲେ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଦେଇଛନ୍ତି ବୁଷ୍ଟର ଡୋଜ୍। ସାଂଗଠନିକ ସ୍ଥିତିକୁ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। କେଉଁଠି ସଂଗଠନ ମଜଭୁତ ? କେଉଁଠି ରହିଛି ଦୁର୍ବଳତା ? ତୃଣମୂଳସ୍ତରରେ ଦଳର ସ୍ଥିତି ଏବେ କଣ ? ଏସବୁକୁ ନେଇ ମାନସମନ୍ଥନ କରିଥିଲେ ନୂଆ ପ୍ରଭାରୀ ଓ ସହ-ପ୍ରଭାରୀ। କେବଳ ନିର୍ବାଚନ ଆସିଲେ ନୁହେଁ, ୩୬୫ ଦିନ ସଂଗଠନକୁ ସକ୍ରିୟ ରଖିବା ବିଜେପିର ଏହି ଫୋକସ୍ ଉପରେ ଦିଆଯାଇଛି ଗୁରୁତ୍ୱ। ଆସନ୍ତା ୭ରେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶାସନର ୨୫ ବର୍ଷ ପୂରଣ କରୁଥିବାରୁ, ଏହି ସେବା ସଂକଳ୍ପ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବାକୁ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ନୂଆ ପ୍ରଭାରୀ। ତାସହ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନ ପାଇଁ ଟିପ୍ସ ଦେଇଛନ୍ତି ପୁରନ୍ଦେଶ୍ବରୀ। ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପି ବିଜୟ ହେବ ଓ ପାର୍ଟିକୁ ମଜବୁତ କରିବା ଆମର ଏକମାତ୍ର ମିଶନ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *