ତୁରନ୍ତ ସହାୟତା ଦେବାକୁ SRCଙ୍କ ନିର୍ଦ୍ଦେଶ

୪ ଜିଲ୍ଲା ପାଇଁ ୧୦ କୋଟି ଟଙ୍କାର ରିଲିଫ୍ ମଞ୍ଜୁର

ବନ୍ୟା ଓ ବର୍ଷାଜନିତ କ୍ଷୟକ୍ଷତି ପରିପ୍ରେକ୍ଷୀରେ ରାଜ୍ୟର ୪ଟି ଜିଲ୍ଲା ପାଇଁ ମୋଟ ୧୦ କୋଟି ଟଙ୍କାର ରିଲିଫ୍ ସହାୟତା ମଞ୍ଜୁର କରାଯାଇଛି। ସ୍ପେଶାଲ୍ ରିଲିଫ୍ କମିଶନର୍ (SRC) ପକ୍ଷରୁ ଏହି ଅର୍ଥରାଶି ମଞ୍ଜୁର ହୋଇଥିବାବେଳେ କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଶୀଘ୍ର ସହାୟତା ପହଞ୍ଚାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।ମଞ୍ଜୁର ହୋଇଥିବା ମୋଟ ୧୦ କୋଟି ଟଙ୍କା ମଧ୍ୟରୁ ନବରଙ୍ଗପୁର ଜିଲ୍ଲାକୁ ସର୍ବାଧିକ ୫ କୋଟି ଟଙ୍କା ଦିଆଯାଇଛି।

ସେହିପରି ଗଞ୍ଜାମ ଜିଲ୍ଲା ପାଇଁ ୨ କୋଟି ଟଙ୍କା, ଗଜପତି ଜିଲ୍ଲା ପାଇଁ ୨ କୋଟି ଟଙ୍କା ଏବଂ ଝାରସୁଗୁଡ଼ା ଜିଲ୍ଲା ପାଇଁ ୧ କୋଟି ଟଙ୍କା ମଞ୍ଜୁର କରାଯାଇଛି।ଏହି ରିଲିଫ୍ ଅର୍ଥ ମୁଖ୍ୟତଃ ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ଘରର ମରାମତି, ଫସଲ କ୍ଷୟକ୍ଷତି ଏବଂ ଅନ୍ୟାନ୍ୟ ତୁରନ୍ତ ରିଲିଫ୍ କାର୍ଯ୍ୟରେ ବ୍ୟବହାର କରାଯିବ। କ୍ଷତିଗ୍ରସ୍ତ ଲୋକଙ୍କୁ ବିଳମ୍ବ ନକରି ସହାୟତା ଯୋଗାଇବାକୁ SRC ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।ପ୍ରଭାବିତ ଅଞ୍ଚଳଗୁଡ଼ିକରେ କ୍ଷୟକ୍ଷତିର ଆକଳନ କରି ଯୋଗ୍ୟ ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ସହାୟତା ଦେବାକୁ ପ୍ରଶାସନକୁ କୁହାଯାଇଛି। ରିଲିଫ୍ ବଣ୍ଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଅର୍ଥର ସଠିକ୍ ବ୍ୟବହାର ଉପରେ ମଧ୍ୟ ନଜର ରଖାଯିବ।

Leave a Reply

Your email address will not be published. Required fields are marked *