ମହାନଦୀ ଜଳ ବିବାଦ, ବୈଠକ କରିବେ ଶାହ

ମହାନଦୀ ଜଳ ବିବାଦ; ଛତିଶଗଡ଼ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ଶାହ

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ନେଇ ପୁଣି ଥରେ ଆଶା ସଞ୍ଚାର ହୋଇଛି । ବିବାଦର ଆଇନଗତ ପ୍ରକ୍ରିୟା ସହ ସମାନ୍ତରାଳ ଭାବେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଓ ବୈଷୟିକ ସ୍ତରରେ ସମାଧାନର ବାଟ ଖୋଜାଯାଉଛି। ଟ୍ରିବ୍ୟୁନାଲରେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ମହାନଦୀ ଜଳ ବିବାଦର ପରବର୍ତ୍ତୀ ଶୁଣାଣି ହେବ । ଏହା ପୂର୍ବରୁ ଅକ୍ଟୋବର ୧ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହେବାକୁ ଥିବା ନେଇ ସୂଚନା ଦେଇଛନ୍ତି ଆଡଭୋକେଟ୍ ଜେନେରାଲ (ଏଜି) ପିତାମ୍ବର ଆଚାର୍ଯ୍ୟ । ବୈଠକରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ହେବେ ।

ଏହି ବୈଠକରେ ମହାନଦୀ ଜଳ ବଣ୍ଟନକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ଆଲୋଚନା ଓ ସମାଧାନର ସମ୍ଭାବ୍ୟ ଢାଞ୍ଚା ଉପରେ ଚର୍ଚ୍ଚା ହେବା ଆଶା କରାଯାଉଛି । ସମ୍ପ୍ରତି ଦୁଇ ରାଜ୍ୟ ମଧ୍ୟରେ ଆଲୋଚନାକୁ କେନ୍ଦ୍ର ସରକାର ସୁଗମ କରୁଛନ୍ତି । ଜୁଲାଇ ୩୦ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ହୋଇଥିଲା। ଏଥିରେ କେନ୍ଦ୍ରୀୟ ଜଳ ଆୟୋଗ (CWC) ଏବଂ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ବୈଷୟିକ ପ୍ରସଙ୍ଗଗୁଡ଼ିକରେ ଅନେକ ମୁଦ୍ଦାରେ ସହମତି ହୋଇଥିବା ନେଇ କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଥିଲା । ମହାନଦୀ ବିବାଦର ସମାଧାନ ପାଇଁ ଏବେ କେନ୍ଦ୍ରୀୟ ଜଳ ଆୟୋଗର ମଧ୍ୟସ୍ଥତାରେ ବୈଷୟିକ ଆଲୋଚନା ଆଗକୁ ବଢ଼ୁଛି।

Leave a Reply

Your email address will not be published. Required fields are marked *