ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ
ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ l ପୂର୍ବରୁ ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିଲା l ବର୍ତ୍ତମାନ ୨୦ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି l ବର୍ତ୍ତମାନ ଜଲଭଣ୍ଡାରର ଜଳସ୍ତର ୬୨୯. ୪୭ ଫୁଟ ରହିଛି l ବାମପଟରେ ୧୩ ଟି ଗେଟ୍ ଓ ଡାହାଣପଟର ୭ଟି ଗେଟ ଖୋଲା ରହିଛି।ଉପରମୁଣ୍ଡରୁ ଜଳ ପ୍ରବେଶ ଜାରି ରହିଥିବାରୁ ଜଳଭଣ୍ଡାରର ସ୍ଥିତି ଉପରେ ଲଗାତାର ନଜର ରଖାଯାଉଛି । ଜଳଭଣ୍ଡାରରେ କେତେ ଜଳ ପ୍ରବେଶ କରୁଛି ଏବଂ କେତେ ଜଳ ନିଷ୍କାସନ ହେଉଛି, ତାହାକୁ ଦୃଷ୍ଟିରେ ରଖି ଗେଟ୍ ପରିଚାଳନା କରାଯାଉଛି । ଏବେ ୨୦ଟି ଗେଟ୍ ଦେଇ ଜଳ ଛଡ଼ାଯାଉଥିବାରୁ ମହାନଦୀର ତଳମୁଣ୍ଡରେ ଜଳପ୍ରବାହ ବଢ଼ିବ । ଆଗକୁ ଛତିଶଗଡ଼ ପଟୁ ହୀରାକୁଦକୁ ଆସୁଥିବା ଜଳର ପରିମାଣ ଏବଂ ଜଳଭଣ୍ଡାରର ସ୍ତରକୁ ଦେଖି ଆବଶ୍ୟକ ହେଲେ ଗେଟ୍ ସଂଖ୍ୟାରେ ପରିବର୍ତ୍ତନ କରାଯାଇପାରେ । ଛତିଶଗଡ଼ ପାଣି ଉପରେ ନଜର ରହିଛି ।
