ପେନସନ ପ୍ରସଙ୍ଗରେ ନବୀନଙ୍କୁ ଭେଟିଲେ ପୂର୍ବତନ ବିଧାୟକ

ପେନସନ ପ୍ରସଙ୍ଗରେ ନବୀନଙ୍କୁ ଭେଟିଲେ ପୂର୍ବତନ ବିଧାୟକ

ପେନସନ ପ୍ରସଙ୍ଗରେ ନବୀନଙ୍କୁ ଭେଟିଲେ ପୂର୍ବତନ ବିଧାୟକ। ପେନସନ ସମ୍ପର୍କିତ ବିଭିନ୍ନ ଦାବିକୁ ନେଇ ଓଡ଼ିଶା ପୂର୍ବତନ ବିଧାୟକ ପରିଷଦର ସଦସ୍ୟମାନେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି। ପୂର୍ବତନ ବିଧାୟକଙ୍କ ପେନସନ୍, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କିତ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।ପୂର୍ବତନ ବିଧାୟକମାନଙ୍କ ସମସ୍ୟା ଓ ସେମାନଙ୍କ ଦାବି ସମ୍ପର୍କରେ ପରିଷଦର ସଦସ୍ୟମାନେ ନବୀନଙ୍କୁ ଅବଗତ କରାଇଥିଲେ। ପୂର୍ବତନ ବିଧାୟକଙ୍କ ପେନସନ୍ ପ୍ରସଙ୍ଗ ଗତ କିଛି ମାସ ଧରି ରାଜ୍ୟରେ ଚର୍ଚ୍ଚାରେ ରହିଛି।

୨୦୨୫ ଡିସେମ୍ବରରେ ବିଧାନସଭାରେ ପାରିତ ବିଲ୍ ରେ ପୂର୍ବତନ ବିଧାୟକଙ୍କ ପେନସନ୍ ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧିର ବ୍ୟବସ୍ଥା ରହିଥିଲା।ତେବେ ଏହାକୁ ନେଇ ବିବାଦ ପରେ ୨୦୨୬ ଜାନୁଆରୀରେ ସରକାର ସମ୍ପୃକ୍ତ ବିଲ୍ ଗୁଡ଼ିକୁ ପ୍ରତ୍ୟାହାର କରିଥିଲେ। ଏହାପରେ ମଧ୍ୟ ପୂର୍ବତନ ବିଧାୟକଙ୍କ ପେନ୍ ସନ୍ ଓ ସୁବିଧାର ପୁନଃବିଚାର ପ୍ରସଙ୍ଗ ଜାରି ରହିଛି। ଅଗଷ୍ଟ ମାସରେ ଓଡ଼ିଶା ଗସ୍ତରେ ଆସିଥିବା ସଂସଦର ଏକ ଯୁଗ୍ମ କମିଟି ମଧ୍ୟ ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା ସହ ପୂର୍ବତନ ବିଧାୟକଙ୍କ ପେନ୍ ସନ୍ ଓ ଭତ୍ତା ପ୍ରସଙ୍ଗରେ ଆଲୋଚନା କରିଥିଲା। ଏଣୁ ପୂର୍ବତନ ବିଧାୟକ ପରିଷଦର ସଦସ୍ୟମାନଙ୍କ ସହ ନବୀନଙ୍କ ସହ ଆଲୋଚନା ଗୁରୁତ୍ୱ ବହନ କରୁଛି।

Leave a Reply

Your email address will not be published. Required fields are marked *